କନକ ବ୍ୟୁରୋ : ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ । ବେଶ କିଛି ମାସର ବ୍ୟବଧାନ ପରେ ପୁଣି ଥରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ଆରମ୍ଭ କରିଛି ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନ । ରାଜଧାନୀର ଫରେଷ୍ଟ ପାର୍କ ଅଂଚଳରେ ଥିବା ରାଜେନ୍ଦ୍ରବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଆପାର୍ଟମେଣ୍ଟର ୧୦ଟି ଫ୍ଲାଟରେ ଥିବା ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଇଛି ।
ସେଥିପାଇଁ ପୁରା ଆପାର୍ଟମେଣ୍ଟକୁ ସିଲ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଫଳରେ ଆପାର୍ଟମେଣ୍ଟରୁ କେହି ବାହାରକୁ ଆସିପାରିବେନି କିମ୍ବା କାହାକୁ ଭିତରକୁ ଛଡାଯିବନି । ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଘର ଭିତରେ ହିଁ ରହିବେ । ଏହା ଛଡା ଆପାର୍ଟମେଣ୍ଟ ପରିସରରେ ଥିବା ଦୋକାନ ବଜାର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ଜରୁରୀ ସାମଗ୍ରୀ ଓ ଔଷଧ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/35-6.jpg)