ବିଜେପିରେ ମିଶିବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଉପ-ନିର୍ବାଚନରେ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ହୋଇଥିଲେ ବହିଷ୍କୃତ ।

819

କନକ ବ୍ୟୁରୋ : ବିଜେପିରେ ମିଶିବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ ରାଜେନ୍ଦ୍ର । ଏହାପୂର୍ବରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାଜୁ । ତେବେ ଧାମନଗର ଉପ-ନିର୍ବାଚନରେ ଟିକେଟ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ ରାଜୁ ଦାସ ।

୨୦୦୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ୨୦୧୪ରେ ଟିକେଟ ଦେଇନଥିଲା ଦଳ । ତେବେ ୨୦୧୯ରେ ପୁଣିଥରେ ଟିକେଟ ପାଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କ ଠାରୁ ପରାଜିତ ହୋଇଥିଲେ ରାଜେନ୍ଦ୍ର । ପରେ ବିଷ୍ଣୁଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ ବିଜେଡି ଟିକେଟ ନ ପାଇ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ପରାଜିତ ହୋଇଥିଲେ ।