କନକ ବ୍ୟୁରୋ: ଧାମନଗର ରାଜନୀତିରେ ହଟଚମଟ । ବିଦ୍ରୋହୀ ସାଜିଲେ ରାଜୁ ଦାସ । ଦଳର ନିର୍ଦ୍ଦେଶକୁ ଅବମାନନା କରି, ସବୁ କଳ୍ପନା-ଜଳ୍ପନାର ଅନ୍ତ ଘଟାଇ ସ୍ୱାଧିନ ଭାବେ ନାମାଙ୍କନ ଭରିଛନ୍ତି । ନିଜ ଘରୁ ସମର୍ଥକଙ୍କ ସାଥିରେ ଆସି ଉପଜିଲ୍ଲାପାଳ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡିର ଏହି ପୂର୍ବତନ ବିଧାୟକ । ନାମାଙ୍କନ ଦାଖଲ କରିବା ପୂର୍ବରୁ କୋହଭରା କଣ୍ଠରେ ସେ କହିଛନ୍ତି ନାମାଙ୍କନ ପ୍ରତ୍ୟାହାର କରିବାର ଉଠୁନି ପ୍ରଶ୍ନ । ଧାମନଗରର ବିକାଶ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ତାଙ୍କ ସମର୍ଥକମାନେ କହିଛନ୍ତି । ତେଣୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦନାକୁ ଓହ୍ଲାଇଛନ୍ତି ।
ସ୍ୱାଭିମାନ ପାଇଁ ଲଢ଼େଇ ହେବ ଆଉ ତାଙ୍କ ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେପଟେ ବିଜେଡି ନାମାଙ୍କନରେ ଶକ୍ତି ପ୍ରଦର୍ଶନ କରିଛି । ବିଜେଡି ପ୍ରାର୍ଥୀ ଅବନ୍ତି ଦାସ ବିରାଟ ପଟୁଆରରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ବିଜେଡିରେ ଗୋଷ୍ଠୀ କନ୍ଦଳ ଏବଂ ରାଜୁ ଦାସ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବାକୁ ନେଇ ଅବନ୍ତି ଦାସ କହିଛନ୍ତି, ଗୋଷ୍ଠିକନ୍ଦଳ ମତେ କିଛି ଫରକ ପକାଇବ ନାହିଁ । ବିଜେଡି ଉପରେ ଏହାର କିଛି ଫରକ ପଡିବ ନାହିଁ । ଏଥର ବିଜେଡି ହିଁ ବାଜି ମାରିବ । ଉପ-ନିର୍ବାଚନ ପାଇଁ ଏଥର ମହିଳା କାର୍ଡ ଖେଳିଛି ବିଜେପି । ସେପଟେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/22-6.jpg)