କୋଲକାତାର ପୂର୍ବ ପୋଲିସ କମିଶନର ରାଜୀବ କୁମାରଙ୍କୁ ହତ୍ୟା କରାଯାଇପାରେ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ସୌମେନ ମିତ୍ର । ଶାରଦା ଚିଟଫଣ୍ଡ ଘୋଟାଲାରେ ରାଜୀବ କୁମାରଙ୍କ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଅଛନ୍ତି ।ଯେହେତୁ ରାଜୀବଙ୍କ ପଛରେ ଏବେ ସିବିଆଇ ପଡିଛି । ଯେକୌଣସି ମୁହୂର୍ତ୍ତରେ ରାଜୀବଙ୍କୁ ଗିରଫ କରିପାରେ ସିବିଆଇ । ରାଜୀବଙ୍କ ଗିରଫ ପରେ କାଳେ ଚିଟଫଣ୍ଡ ମାମଲାରେ ଏହି ପ୍ରଭାବଶାଳୀ ଗୋଷ୍ଠୀଙ୍କ ନାଁ ସାମ୍ନାକୁ ଆସିଯିବ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସୌମେନ ।
ବାରମ୍ବାର ସମନ ପରେ ରାଜୀବ ହାଜର ନ ହେବାରୁ ଏବେ ତାଙ୍କୁ ବିଭିନ୍ନ ଅଞ୍ଚଳରେ ଖୋଜୁଛି ସିବିଆଇ । ରାଜୀବଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ଶାରଦା ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରିପୋର୍ଟରେ ଦାଖଲ କରିନଥିଲେ । ଯେଉଁ କାଗଜପତ୍ରରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଓ ତୃଣମୁଳ କଂଗ୍ରେସର ନେତାଙ୍କ ନାଁ ରହିଛି । ତେଣୁ ରାଜୀବ ସିବିଆଇ ଆଗରେ ମୁହଁ ଖୋଲିବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସୌମେନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/59s36ldg_mamata-rajeev_625x300_04_February_19.jpg)