ବଗିକୁ ଛାଡ଼ି ଚାଲିଗଲା ରାଜଧାନୀ ଏକ୍ସପ୍ରେସ୍ । କାଠଯୋଡ଼ି ବ୍ରିଜ ଉପରେ ଘଣ୍ଟାଏ କାଳ ଅଟକି ରହିଲା ଟ୍ରେନ୍

Advertisment
ବଗିକୁ ଛାଡ଼ି ଚାଲିଗଲା ରାଜଧାନୀ ଏକ୍ସପ୍ରେସ୍ । କାଠଯୋଡ଼ି ବ୍ରିଜ ଉପରେ ଘଣ୍ଟାଏ କାଳ  ଅଟକି ରହିଲା ଟ୍ରେନ୍

କନକ ବ୍ୟୁରୋ: ବଗି ଛାଡ଼ି ପଳାଇଲା ରେଳ ଇଞ୍ଜିନ। ଏକ ଭୟାବହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। କଟକ କାଠଯୋଡ଼ି ବ୍ରିଜ୍‌ ଉପରେ ଭୁବନେଶ୍ୱରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସର ବଗିରୁ ଇଞ୍ଜିନ୍‌ ଛାଡ଼ି ପଳାଇବା ପରେ ଟ୍ରେନ୍‌ଟି ପୋଲ ଉପରେ ଅଟକି ରହିଛି। ତେବେ, ଘଟିଥିବା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜାଣିବାକୁ ମିଳିଛି।

publive-image

ସୂଚନା ଅନୁଯାୟୀ,ଇଞ୍ଜିନ୍ ସହିତ କେବଳ ଦୁଇଟି ବଗି ରହିଥିବା ବେଳେ ବାକିଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଥିଲା। ଇଞ୍ଜିନ୍‌ଠାରୁ ବିଚ୍ଛିନ୍ନ ହେବା ପରେ ବଗିଗୁଡ଼ିକ କିଛି ବାଟ ଗଡ଼ି କାଠଯୋଡ଼ି ବ୍ରିଜ୍ ଉପରେ ଅଟକି ରହିଥିଲା। ତେବେ କେଉଁ କାରଣରୁ ଏମିତି ଘଟିଲା, ତାହା ସ୍ପଷ୍ଟ ହୋଇପାରିନି। ଏ ଘଟଣାର ସିନିୟର ଅଫିସ୍‌ର ସ୍ତରୀୟ ତଦନ୍ତ ହେବ। ଏଥିପାଇଁ ଖୋର୍ଦ୍ଧା ରୋଡ୍‌ ଡିଆର୍‌ଏମ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe