ଫୋନି ପରେ ରାଜଧାନୀରେ ପାଣି ଓ ବିଜୁଳି ସଂକଟ ଲାଗି ରହିଛି । ୬ ଦିନ ପରେ ବି ସବୁ ଅଂଚଳରେ ବିଜୁଳି ପହଚିଂନାହିଁ । ବିଜୁଳି ନଥିବାରୁ ପାଣି ପାଇପାରୁନାହାନ୍ତି ରାଜଧାନୀବାସୀ । ଏଭଳି ଅସମୟରେ ଷ୍ଟାର ହୋଟେଲରେ ଭିଡ ଲଗାଇଛନ୍ତି ସ୍ୱଚ୍ଚଳ ବର୍ଗ । ହୋଟେଲ ଗୁଡିକରେ ରହଣି ବ୍ୟୟବହୁଳ ହୋଇଥିବାରୁ କେବଳ ପଇସା ବାଲା ଏହି ସେବା ଉପଭୋଗ କରୁଛନ୍ତି । ବାତ୍ୟା ପରେ ରାଜଧାନୀର ଷ୍ଟାର ହୋଟେଲ ଗୁଡିକରେ ରୁମ ଫାଙ୍କା ନାହିଁ । ହେଲେ ହୋଟେଲ ବ୍ୟବସାୟୀଙ୍କ ଆଶଙ୍କା ଆଗାମୀ ୨ ରୁ ୩ ମାସ ମଧ୍ୟରେ ଏହି ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହେବ । ଏନେଇ ଅଧିକ ସୂଚନା ଦେଇଛନ୍ତି ସ୍ୱସ୍ତିଗୃପର ଚେୟାରମ୍ୟାନ୍ ତଥା ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ୍ ଆସିସୋସିଏସନର ସଭାପତି ଜେ. କେ ମହାନ୍ତି । ଆଗାମୀ ମାସରେ ଓଡିଶାକୁ ପର୍ଯ୍ୟଟକଙ୍କ ଆସିବା କମ୍ ଥିବା ନେଇ ପ୍ରଭାବିତ ହୋଇପାରେ ହୋଟେଲ୍ ବ୍ୟବସାୟ ।
ରାଜଧାନୀରେ ନାହିଁ ପାଣି ଓ ବିଜୁଳି ! ଷ୍ଟାର ହୋଟେଲରେ ରହୁଛନ୍ତି ସ୍ୱଚ୍ଚଳ ବର୍ଗ , ଫୋନି ପ୍ରଭାବରେ ବୁକ ସମସ୍ତ ହୋଟେଲ ।
/kanak/media/post_attachments/wp-content/uploads/2019/05/HOTEL.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)