ମହାରାଷ୍ଟ୍ର-ଗୁଜରାଟ ପରେ ରାଜସ୍ଥାନରେ ବି କରୋନା ନେଇ ସରକାରଙ୍କ ବଡ ନିଷ୍ପତି: ୮ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି; ରାତି ୮ଟାରୁ ସକାଳ ୬ଟା ଯାଏଁ ନିଷେଧାଦେଶ

ମାସ୍କ ନ ଲଗାଇଲେ ଜୋରିମାନା ହେଲା ଡବଲ

143

କନକ ବ୍ୟୁରୋ: ଦିନକୁ ଦିନ ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାଣି । ଗୁଜୁରାଟ ଓ ମଧ୍ୟ ପ୍ରଦେଶର କେତେକ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲଗାଯିବା ପରେ ଏବେ ରାଜସ୍ତାନ ୮ଟି ସହରରେ କର୍ଫ୍ୟୁ ଲଗାଇବାକୁ ନିସ୍ପତି ନିଆଯାଇଛି । ରାଜସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ମନ୍ତ୍ରୀପରିଷଦ ସ୍ତରୀୟ ବୈଠକ ହୋଇଥିଲା ।

କରୋନାରେ ବେଶି ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ନାଇଟ କର୍ଫ୍ୟୁ ଲଗାଇବା ପାଇଁ ଘୋଷଣା କରାଯାଇଛି । ରାଜସ୍ତାନର ୮ଟି ଜିଲ୍ଲାରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ପାଇଁ ନିଷ୍ପତି ହୋଇଛି । ଜୟପୁର, ଜୋଧପୁର, କୋଟା, ବିକାନେର, ଉଦୟପୁର, ଆଜମେର, ଅଲବର, ଭିଲୱାଡ଼ାରେ ନାଇଟ କର୍ଫ୍ୟୁ ଲାଗୁ ହେବ । ଏହି ସବୁ ଜିଲ୍ଲା ଗୁଡ଼ିକରେ ରାତି ୭ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ । ସେହିପରି ବିବାହ ସମାରୋହରେ ଶହେରୁ ଅଧିକା ଲୋକ ସାମିଲ ହୋଇପାରିବେ ନାହିଁ । ସେହିପରି ରାଜସ୍ତାନ ସରକାର ମାସ୍କା ପିନ୍ଧିବା ନେଇ ନୀୟମ କଡ଼ାକଡ଼ି କରିଛନ୍ତି । ମାସ୍କ ନପିନ୍ଧିଲେ ପାଂଚ ଶହ ଟଙ୍କାର ଜରିମାନା ଲାଗୁ କରାଯାଇଛି ।

ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟକୁ କରୋନା ସଂକ୍ରମଣ ଫେରିବା ପରେ ଲକାଡାଉନ୍ ଫେରିଛି । ଦିଲ୍ଲୀ, ହରିଆଣା, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ସଂକଟ ବଢିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସବୁ ରାଜ୍ୟ ବିଭିନ୍ନ ସ୍ଥାନରେ ତାଲାବନ୍ଦ କଟକଣା ଲାଗୁ କରିଛନ୍ତି । ହେଲେ ବର୍ତମାନ ସମୟରେ ଓଡିଶାରେ ଲକଡାଉନ୍ର ଆବଶ୍ୟକତା ନାହିଁ । ରାଜ୍ୟରେ ସଂକ୍ରମଣ ହାର କମ୍ ରହିଛି, ଲୋକେ ସତର୍କ ରହିଲେ କରୋନାକୁ ରୋକି ହେବ କହିଛନ୍ତି ବିଶେଷଜ୍ଞ ଡାକ୍ତର ।