ପ୍ରଫେସର ଡାକ୍ତର ରଜତ କୁମାର ରାୟଙ୍କୁ ନୂଆ ଦାୟିତ୍ୱ । IMAର ନୂଆ ରାଜ୍ୟ ସଭାପତି ଭାବେ ହେଲେ ନିର୍ବାଚିତ ।

420

କନକ ବ୍ୟୁରୋ : ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏର ରାଜ୍ୟ ସଭାପତି ହୋଇଛନ୍ତି ପ୍ରଫେସର ଡାକ୍ତର ରଜତ କୁମାର ରାୟ । ସେ ଏବେ ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଅଛନ୍ତି । ଡାକ୍ତର ରଜତ ରାୟ, ୨୦୨୨-୨୩ ପାଇଁ ‘ଆଇଏମଏ’ ଓଡ଼ିଶା ଶାଖା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଦେଶ ବିଦେଶରେ ତାଙ୍କର ଖ୍ୟାତି ରହିଛି । ଜାତୀୟ ଓ ଅନ୍ତର୍ଜାତୀୟ କନଫରେନ୍ସରେ ଯୋଗ ଦେଇ ବେଶ ସୁନାମ ଅର୍ଜନ କରିଛନ୍ତି ଡାକ୍ତର ରଜତ ରାୟ ।