କଟକରେ ରାଜସ୍ଥାନୀ ବେପାରୀଙ୍କ ଶୀତବସ୍ତ୍ରର ପସରା: ୨୫ ବର୍ଷ ହେଲା କରି ଆସୁଛନ୍ତି ବ୍ୟବସାୟ

215

କନକ ବ୍ୟୁରୋ: ସବୁବେଳେ ଗହଳି ରହୁଥିବା କଟକରେ ଏବେ ଶୀତ ବଢିଛି । ଆଉ ଶୀତ ବଢିଲେ ମନ ବଳୁଛି କାଶ୍ମୀର ସାଲ ଏବଂ ଡ଼ିଜାଇନ ସ୍ୱେଟର ପାଇଁ । ଉଇଂଟର କ୍ୟାପ ଏବଂ ଶୀତ ପୋଷାକ କିଣିବା ପାଇଁ ଏବେ ବଜାରରେ ଭିଡ଼ ଜମୁଛି ।

କଟକ ଖାନ ନଗର କାଠଯୋଡ଼ି ନଦୀ କୂଳରେ ଖୋଲିଛି ଉଇଂଟର ମାର୍କେଟ । ସଂଧ୍ୟା ସମୟରେ ହାଲକା ଫୁଲକା ମୁଡ଼ରେ ଲୋକେ ଦେଖୁଛନ୍ତି ବିଭିନ୍ନ ପ୍ରକାର ଶୀତ ବସ୍ତ୍ର । କାଶ୍ମୀର ସାଲ, ଡ଼ିଜାଇନ୍ ସ୍ୱେଟର ଓ ଭେରାଇଟି ଉଇଂଟର କ୍ୟାପ୍ କିଣିବାକୁ ଲୋକଙ୍କ ଭିଡ଼ ଜମୁଛି । ଏହି ୱିଂଟର ମାର୍କେଟରେ ଶହେ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ଶୀତ ବସ୍ତ୍ର ରହିଛି । ବ୍ରାଣ୍ଡ ସୋରୁମ୍ ଅପେକ୍ଷା ଏହି ଷ୍ଟଲରେ ପ୍ରାୟ ୪୦ଟି ଦୋକାନ ରହିଛି । ତେଣୁ ସବୁ ଦୋକାନ ବୁଲିଗଲେ କିଛି ମନପସନ୍ଦର ଜିନିଷ ମିଳିଯାଉଥିବା କହିଛନ୍ତି ଗ୍ରାହକ ।

ସେହିପରି କଟକ ସହରକୁ ପ୍ରୟ ୨୫ ବର୍ଷ ଧରି ଆସୁଛନ୍ତି ରାଜସ୍ଥାନୀ ଶୀତ ବସ୍ତ୍ର ବ୍ୟବସାୟୀ । ସିଲଭର ସିଟି କଟକରେ ଏମୋନେ ବ୍ୟବସାୟ କରି ଭଲ ଦ୍ୱିପଇସା ଇନକମ୍ କରନ୍ତି । ଭଲ ଜିନିଷ ରିହାତି ଦରରେ ଦେଉଥିବାରୁ ଲୋକେ ଷ୍ଟଲ କେବେ ଖୋଲିବ ଅପେକ୍ଷା କରିଥାଆନ୍ତି ବୋଲି କହିଛନ୍ତି ବ୍ୟବସାୟୀ ।

କରୋନା କଟକଣା ପାଇଁ ପ୍ରାୟ ଦୁଇ ବର୍ଷ ହେଲା ବେପାର ମାନ୍ଦା ଥିବା ବେଳେ ଏବେ ବ୍ୟବସାୟରେ ଟିକେ ସୁଧାର ଆସିଛି । ଆଉ ଏହାରି ଭିତରେ ରାଜସ୍ଥାନୀ ଶୀତ ବସ୍ତ୍ର ବ୍ୟବସାୟୀ ମାନେ ଭଲ ବ୍ୟବସାୟର ଆଶା ବାନ୍ଧିଛନ୍ତି ।