ମଧ୍ୟପ୍ରଦେଶ ରାସ୍ତାରେ ରାଜସ୍ଥାନ । ରାଜନୀତିରେ ହଲଚଲ, ସରକାର ବଂଚାଇବାକୁ ସମସ୍ତ ବିଧାୟକଙ୍କୁ ଜୟପୁର ଡାକିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେପଟେ ସମର୍ଥକଙ୍କ ସହ ଦିଲ୍ଲୀରେ ଡେରା ପକାଇଲେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ।

195

କନକ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ଆରମ୍ଭ ହୋଇଛି ହଲଚଲ । ପୁଣି ଥରେ ପଦାରେ ପଡିଛି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ବିବାଦ । ସଚିନ୍ ତାଙ୍କ ସମର୍ଥକମାନଙ୍କ ସହ ଦଳ ମୁଖ୍ୟଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବାବେେଳେ ଅନ୍ୟପଟେ ସରକାର ବଂଚାଇବାକୁ କସରତ ଆରମ୍ଭ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ । ସେ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ଜୟପୁର ଡାକିଛନ୍ତି ।

ସେପଟେ ପରିସ୍ଥିତିକୁ ଦେଖି ଆକ୍ସନ ମୁଡକୁ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବିଧାୟକମାନଙ୍କ ସହ ଆଲୋଚନା କରିବା ପାଇଁ ଦଳର ୩ଜଣ ବରିଷ୍ଠ ନେତା ଅଜୟ ମାକେନ, ରଣଦୀପ ସୁରେଜୱାଲା ଓ ଅବିନାଶ ପାଣ୍ଡେଙ୍କୁ ଜୟପୁର ପଠାଇବାକୁ ନିଷ୍ପତି ନେଇଛନ୍ତି । ତେବେ ସଚିନ୍ ପାଇଲଟ୍ ବିଜେପି ନେତାଙ୍କ ସମ୍ପର୍କରେ ଥିବା ଅଭିଯୋଗ ଆଣିଛନ୍ତି ଅଶୋକ ଗେହେଲଟ୍ ।