କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ଆସିବ କୋଲକାତା ଦଳ । ଏହି ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବିଜୟୀ ହୋଇ ଦୁଇ ଦଳ ପ୍ଲେଅଫରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ।
ଚଳିତ ଆଇପିଏଲରେ ଦୁଇ ଦଳ ସମାନ ସ୍ଥିତିରେ ରହିଛନ୍ତି । ୬ଟି ବିଜୟ ଓ ୭ଟି ପରାଜୟ ସହ ଷଷ୍ଠ ଓ ସ୍ପମ ସ୍ଥାନରେ ରହିଛନ୍ତି । ତେଣୁ ଆଜିର ମ୍ୟାଚ ଜିତି ଉଭୟ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବେ । ଯେଉଁ ଦଳ ଆଜିର ମ୍ୟାଚରେ ପରାଜୟ ହେବ ତାର ପ୍ଲେଅଫ ଆଶା ଧୂଳିସାତ ହେବାର ସମ୍ଭାବନା ରହିଛି ।
ରାଜସ୍ଥାନରେ ବେନ ଷ୍ଟୋକ୍ସ, ଷ୍ଟିଭେନ ସ୍ମିଥ, ରବିନ ଉତ୍ଥାପା ଓ ଜୋଶ ବଟଲରଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି କୋଲକାତାରେ ନୀତିଶ ରାଣା, ଶୁଭମନ ଗିଲ, ଇୟନ ମୋର୍ଗାନ ଓ ରସେଲଙ୍କ ଭଳି ଖେଳାଳି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/2020-10-31-10.jpg)