ଆଇପିଏଲ ଟକ୍କର: ଟସ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ

Advertisment
ଆଇପିଏଲ ଟକ୍କର: ଟସ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ

କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ଫଳରେ ବୋଲିଂ କରିବାକୁ ମୈଦାନକୁ ଓହ୍ଲାଇବ ହାଇଦ୍ରାବାଦ ଦଳ । ରାଜସ୍ଥାନ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଆଜି ଜୋରଦାର ପ୍ରୟାସ କରିବ ରାଜସ୍ଥାନ ଦଳ ।

ଚଳିତ ଆଇପିଏଲରେ ରାଜସ୍ଥାନ ୯ଟି ମ୍ୟାଚ ଖେଳି ୪ଟିରେ ବିଜୟ ୫ଟିରେ ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ସେହିପରି ହାଇଦ୍ରାବାଦ ଦଳ ୯ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୮ଟି ପରାଜୟ ସହ ପଏଣ୍ଟ ଟେବୁଲ ଶେଷରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe