କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ଫଳରେ ବୋଲିଂ କରିବାକୁ ମୈଦାନକୁ ଓହ୍ଲାଇବ ହାଇଦ୍ରାବାଦ ଦଳ । ରାଜସ୍ଥାନ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଆଜି ଜୋରଦାର ପ୍ରୟାସ କରିବ ରାଜସ୍ଥାନ ଦଳ ।
ଚଳିତ ଆଇପିଏଲରେ ରାଜସ୍ଥାନ ୯ଟି ମ୍ୟାଚ ଖେଳି ୪ଟିରେ ବିଜୟ ୫ଟିରେ ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ସେହିପରି ହାଇଦ୍ରାବାଦ ଦଳ ୯ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୮ଟି ପରାଜୟ ସହ ପଏଣ୍ଟ ଟେବୁଲ ଶେଷରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/998171-ezgif.com-gif-maker-2021-09-26t153430.566.jpg)