ହ୍ୟାଟ୍ରିକ୍ ପରାଜୟ ପରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ-ବାଙ୍ଗାଲୋର ! ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଦଳ, ଜୟପୁରରେ ହେବ ଜବରଦସ୍ତ ଫାଇଟ୍ ।

89

କନକ ବ୍ୟୁରୋ : ଆଇପିଏଲରେ ଆଜି ହେବ କଡା ଟକ୍କର । ପ୍ରଥମ ବିଜୟ ହାସଲ କରିବା ପାଇଁ ମଇଦାନକୁ ଓହ୍ଲାଇବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ । ଚଳିତ ଆଇପିଏଲରେ ବିଜୟର ଖାତା ଖୋଲିପାରିନାହାନ୍ତି ଦୁଇ ଦଳ । ତେଣୁ ଆଜି ବିଜୟର ଅଭିଯାନ ଆରମ୍ଭ କରିବା ପାଇଁ ଦୁଇ ଦଳ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବେ ।

ଉଭୟ ରାଜସ୍ଥାନ ଏବଂ ବାଙ୍ଗାଲୋରର ପ୍ରଦର୍ଶନ ଚଳିତ ଆଇପିଏଲରେ ନିରାଶଜନକ ରହିଛି । ସେପଟେ ଦୁଇ ଦଳରେ ତାରକା ଖେଳାଳୀ ରହିଥିବାରୁ ଆଜି ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ । ରାତି ୮ଟାରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଏହି ରୋମାଞ୍ଚକର ମ୍ୟାଚ ଖେଳାଯିବାକୁ ଥିବା ବେଳେ କିଏ ନିଜ ବିଜୟ ଅଭିଯାନ ଆରମ୍ଭ କରୁଛି, ତା ଉପରେ ରହିଛି ସମସ୍ତଙ୍କ ନଜର । ଉଭୟ ଦଳ ଏପର୍ଯ୍ୟନ୍ତ ତିନୋଟି ଲେଖାଏଁ ମ୍ୟାଚ ଖେଳି ସାରିଥିବା ବେଳେ, କେହି ହେଲେ ବି ବିଜୟର ସ୍ୱାଦ ଚାଖିପାରି ନାହାନ୍ତି । ଯେଉଁଥିପାଇଁ ପଏଣ୍ଟ ଟେବୁଲର ଶେଷରେ ରହିଛନ୍ତି ଦୁଇଟି ଟିମ୍ ।