ମୁମ୍ବାଇର ଦମଦାର ବୋଲିଂ । ଧରାଶାୟୀ ହେଲା ରାଜସ୍ଥାନ, ମୁମ୍ବାଇକୁ ଦେଲା ମାତ୍ର ୯୧ ରନର ବିଜୟଲକ୍ଷ୍ୟ ।

89

କନକ ବ୍ୟୁରୋ : ଶାରଜାହା କ୍ରିକେଟ୍ ଷ୍ଟାଡିୟମରେ ଆଜି ଦମ ଦେଖାଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଦମଦାର ବୋଲିଂ ଆଗରେ ଧରାଶାୟୀ ହୋଇପଡିଛି ରାଜସ୍ଥାନ ରୟାଲ୍ସ । ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୯ଟି ୱିକେଟ୍ ହରାଇ ମାତ୍ର ୯୦ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ମୁମ୍ବାଇ ଆଗରେ ଏବେ ରହିଛି ୯୧ ରନର ବିଜୟଲକ୍ଷ୍ୟ ।

ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମରୁ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ ବି, ମୁମ୍ବାଇ ବୋଲରଙ୍କ ସାମ୍ନାରେ ରନ୍ କରିବାରେ ବିଫଳ ହୋଇଥିଲେ ରାଜସ୍ଥାନର ବ୍ୟାଟ୍ସମ୍ୟାନ୍ । ମାତ୍ର ୪ଜଣ ଖେଳାଳୀଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଦଳ ପକ୍ଷରୁ ଇଭିନ୍ ଲୁଇସ୍ ସର୍ବାଧିକ ୨୪ ରନ୍ ସଂଗ୍ରହ କରିଛନ୍ତି ।

ମୁମ୍ବାଇ ପକ୍ଷରୁ ନାଥନ୍ କୁଲଟର ନାଇଟ୍ ଦମଦାର ବୋଲିଂ କରି ୪ ଓଭରରେ ମାତ୍ର ୧୪ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଜିମି ନିସମ୍ ୪ ଓଭରରେ ମାତ୍ର ୧୨ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଜସପ୍ରିତ ବୁମରା ମଧ୍ୟ ଦମଦାର ବୋଲିଂ କରି ୪ ଓଭରରେ ମାତ୍ର ୧୪ ରନ ଦେଇ ୨ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ।