କନକ ବ୍ୟୁରୋ: ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଛି ରାଜସ୍ଥାନ ରୟାଲ୍ସ ଦଳ । ଫଳରେ ୧୭୧ ରନ କରିବାରେ ସକ୍ଷମ ହୋଇଛି ଦଳ । ଏହାସହ ମୁମ୍ବାଇ ଆଗରେ ଏବେ ୧୭୨ ରନର ବିଜୟ ଲକ୍ଷ୍ୟ ରହିଛି । ମୁମ୍ବାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଏବେ ରାଜସ୍ଥାନର ବୋଲର ମାନଙ୍କୁ ସାମ୍ନା କରିବାକୁ ହେବ ।
ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ରାଜସ୍ଥାନ । ରାଜସ୍ଥାନର ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ କରିଥିଲେ । ଦଳ ପକ୍ଷରୁ ଜୋସ ବଟଲର ୪୧, ସଞ୍ଜୁ ସାମସନ ୪୨, ଶିଭମ ଦୁବେ ୩୫ ଓ ଯଶସ୍ୱୀ ଜୟଶ୍ୱାଲ ୩୨ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ କରିବାରେ ସଫଳ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/cv-1.jpg)