ରାଜସ୍ଥାନ ଷ୍ଟାଫ ସିଲ୍କେସନ ବୋର୍ଡ (RSMSSB) ମହିଳାମାନଙ୍କ ପାଇଁ ସରକାରୀ ଚାକିରି ଲାଗି ଏକ ବହୁତ ଭଲ ସୁଯୋଗ ଦେଉଛି । ବୋର୍ଡ ତରଫରୁ ସୁପରଭାଇଜର ପଦବୀ ପାଇଁ ୩୦୯ ପଦରେ ନିଯୁକ୍ତି ପାଇଁ ମହିଳାଙ୍କ ଲାଗି ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ଅଙ୍ଗନବାଡି କାର୍ଯ୍ୟକର୍ତ୍ତା ଅନୁସାରେ ସିଧାସଳଖ ନିଯୁକ୍ତି ଆଧାରରେ କରାଯିବ । ତେବେ ଏଥିପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥୀମାନେ ୩ ନଭେମ୍ବର, ୨୦୧୮ ସୁଧା ଆବେଦନ କରିପାରିବେ ।
ପଦବୀ ସଂପର୍କିତ ଖବର:
ସୁପରଭାଇଜର
ପଦବୀ ସଂଖ୍ୟା:
୩୦୯
ଶିକ୍ଷାଗତ ଯୋଗ୍ୟତା:
କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥା ବା ଅନୁଷ୍ଠାନରୁ ଗ୍ରାଡୁଏସନ କରିଥିବା ଆବଶ୍ୟକ । ଏଥିସହିତ ହିଁ ଅଙ୍ଗନବାଡି କର୍ମୀ ଭାବେ ପୂର୍ବରୁ କୌଣସିଠାରେ ୧୦ ବର୍ଷର ଅନୁଭୂତି ଥିବା ନିହାତି ଜରୁରୀ ।
ବୟସ ସୀମା:
ଆଶାୟୀପ୍ରାର୍ଥୀଙ୍କ ବସୟ ସର୍ବନିମ୍ନ ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ୪୦ ବର୍ଷ ହୋଇଥିବା ସ୍ଥିର କରାଯାଇଛି ।
ଚୟନ ପ୍ରକ୍ରିୟା:
ଆଶାୟୀ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ସିଧାସଳଖ ନିଯୁକ୍ତିକର୍ତ୍ତା ହିଁ କରିବେ ।
ଦରମା:
ମାସିକ ୫,୨୦୦ରୁ ୨୦,୨୦୦ ଟଙ୍କା ଏବଂ ଏହାଛଡା ୨୪୦୦ଟଙ୍କା ଗ୍ରେଡ ପେ ମଧ୍ୟ ରହିଛି ।
କିପରି କରିବେ ଆବେଦନ:
RSMSSBର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ଆବେଦନ କରିବାର ଶେଷ ତାରିଖ:
୩ ନଭେମ୍ବର,୨୦୧୮