ଆଇପିଏଲ ଟକ୍କର : ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର ।

182

କନକ ବ୍ୟୁରୋ : ଆଇପିଏଲର ଆଜିର ମ୍ୟାଚରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବୋଲିଂ କରିବାକୁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ରାଜସ୍ଥାନର ଦୁଇ ଓପନ ବ୍ୟାଟିଂ ଆରମ୍ଭ କରିବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ଦୁଇ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ଉଭୟ ଦୁଇଟିରେ ବିଜୟ ହୋଇଥିବା ବେଳେ ଗୋଟିଏରେ ପରାଜୟ ସାମ୍ନା କରିଛନ୍ତି । ତେଣୁ ଏହି ମ୍ୟାଚକୁ ଉଭୟ ଜିତି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ ।

ଦୁଇ ଦଳ ଏହି ଆଇପିଏଲରେ ଶକ୍ତିଶାଳୀ ନଜର ଆସିଛନ୍ତି । ବାଙ୍ଗାରୋଲର ଟିମରେ ଏବି ଡିଭିଲିୟର୍ସ, ଆରୋନ ଫିଞ୍ଚ, ଦେବଦତ୍ତ ପାଡିକଲ ଓ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି । ସେହିପରି ରାଜସ୍ଥାନରେ ସଞ୍ଜୁ ସାମସନ, ଷ୍ଟିଭେନ ସ୍ମିଥ ଓ ରାହୁଲ ତେୱତିଆଙ୍କ ଭଳି ଖେଳାଳି ରହିଛନ୍ତି । ପଞ୍ଜାବ ବିପକ୍ଷ ମ୍ୟାଚରେ ରାହୁଲଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା ।