ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରିବ କିଙ୍ଗସ୍ ଇଲେଭେନ ପଞ୍ଜାବ

78

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ ଦଳ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ କିଙ୍ଗସ୍ ଇଲେଭେନ ପଞ୍ଜାବ ଦଳ । ପଞ୍ଜାବ ପକ୍ଷରୁ ଦୁଇ ଓପନ ବ୍ୟାଟିଂ କରିବାକୁ ମୈଦାନକୁ ଆସିବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

ପଞ୍ଜାବ ଚଳିତ ଆଇପିଏଲରେ ୨ଟି ମ୍ୟାଚ ଖେଳି ସାରିଛି । ଯେଉଁଥିରେ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ରହିଛି । ପ୍ରଥମ ମ୍ୟାଚରେ ପଞ୍ଜାବ ଦିଲ୍ଲୀଠାରୁ ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ବାଙ୍ଗାଲୋରଠାରୁ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ରାହୁଲ ଦମଦାର ଇଂନିସ ଖେଳିଥିଲେ ।

ସେହିପରି ରାଜସ୍ଥାନ ଚଳିତ ଆଇପିଏଲରେ ଗୋଟିଏ ମ୍ୟାଚ ଖେଳିଛି । ଯେଉଁଥିରେ ରାଜସ୍ଥାନ ବିଜୟ ହାସଲ କରିଛି । ଏହି ମ୍ୟାଚରେ ରାଜସ୍ଥାନ ଚେନ୍ନାଇ ବିପକ୍ଷରେ ବିଜୟ ହାସଲ କରିଥିଲା । ଏଥିରେ ସଞ୍ଜୁ ସାମସନ ଓ ଷ୍ଟିଭେନ ସ୍ମିଥ ଦମଦାର ପାଳି ଖେଳିଥିଲେ ।