କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ କୋଲକାତା ନାଇଟ ରାଇଡର୍ସ ଦଳ । ଏହି ମ୍ୟାଚ କୋଲକାତା ପାଇଁ ବେଶ ଗୁରୁତ୍ୱର୍ଣ୍ଣ ରହିବ ।
ଚଳିତ ଆଇପିଏଲରେ ରାଜସ୍ଥାନ ଦୁଇଟି ମ୍ୟାଚ ଖେଳି ଦୁଇଟି ବିଜୟ ହାସଲ କରିଛି । ଦୁଇଟି ମ୍ୟାଚରେ ବଡ ବଡ ସ୍କୋର କରିଥିବା ନଜର ଆସିଛି ରାଜସ୍ଥାନ । ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନ, ଷ୍ଟିଭେନ ସ୍ମିଥ ଓ ଜୋଫ୍ରା ଆର୍ଚରଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେହିପରି ପଞ୍ଜାବ ବିପକ୍ଷରେ ମଧ୍ୟ ସଞ୍ଜୁ ସାମସନ ଓ ଷ୍ଟିଭେନ ସ୍ମିଥଙ୍କ ଦମଦାର ପାଳି ଦେଖିବାକୁ ମିଳିଥିଲା । ଏହାସହ ରାହୁ ତେୱତିଆ ମଧ୍ୟ ଚମକ୍ରାର ଖେଳିଥିଲେ ।
ସେହିପରି କୋଲକାତା ପ୍ରଥମ ମ୍ୟାଚ ମୁମ୍ବାଇଠାରୁ ପରାଜୟ ହୋଇଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚ ହାଇଦ୍ରାବାଦ ବିପକ୍ଷରେ ବିଜୟକୁ ଫେରିଛି । ଏହି ମ୍ୟାଚରେ ଶୁଭମନ ଗିଲ, ଇଅନ ମୋର୍ଗାନଙ୍କ ଦମଦାର ପାଳି ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Capture-19.jpg)