ଆଇପିଏଲ ଲଢେଇ: ଟସ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ 

85

କନକ ବ୍ୟୁରୋ: ଆଜି ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗସ । ଆଜିର ମ୍ୟାଚରେ ଉଭୟ ଜିତି ନିଜ ବିଜୟ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରିବେ ।

ପଞ୍ଜାବ ଦଳରେ କେଏଲ ରାହୁଲ, କ୍ରିସ ଗେଲ, ମୟଙ୍କ ଅଗ୍ରୱାଲଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଥିବା ବେଳେ ରାଜସ୍ଥାନରେ ସଞ୍ଜୁ ସାମସନ, ରାହୁଲ ତେୱତିଆ, ଜୋସ ବଟଲର, ବେନ ଷ୍ଟୋକ୍ସଙ୍କ ଭଳି ହିଟର ରହିଛନ୍ତି । ତେଣୁ ଆଜିର ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିବ ।