କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ ଦଳ । ଫଳରେ ଏବେ ବ୍ୟାଟିଂ କରିବାକୁ ଆସିବ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚ ରାଜସ୍ଥାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।
ଚଳିତ ଆଇପିଏଲରେ ଦିଲ୍ଲୀ ୫ଟି ମ୍ୟାଚ ଖେଳି ୪ ବିଜୟ ଓ ଗୋଟିଏ ପରାଜୟର ସାମ୍ନା କରିଛି । ସେହିପରି ରାଜସ୍ଥାନ ୫ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୩ଟି ପରାଜୟର ସାମ୍ନା କରିଛି । ତେଣୁ ଏହି ମ୍ୟାଚ ରାଜସ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ରାଜସ୍ଥାନ ଏହି ମ୍ୟାଚରେ ଜିତି ଫର୍ମକୁ ଫେରିବାକୁ ଚେଷ୍ଟା କରିବ ।
ଚଳିତ ଆଇପିଏଲରେ ଦିଲ୍ଲୀ ଭଲ ପ୍ରଦର୍ଶନ କରି ଆସୁଛି । ଦଳରେ ଫୃଥୀ ଶ’, ଶିଖର ଧୱନ, ରିଷବ ପନ୍ତ, ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ରାଜସ୍ଥାନରେ ଷ୍ଟିଭେନ ସ୍ମିଥ, ଜୋସ ବଟଲର, ଜୋଫ୍ରା ଆର୍ଚରଙ୍କ ଭଳି ଖେଳାଳି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/Capture-9.jpg)