ଆଇପିଏଲ ଟକ୍କର : ଟସ୍ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର । 

81

କନକ ବ୍ୟୁରୋ : ଆଜିର ପ୍ରଥମ ଆଇପିଏଲ ମ୍ୟାଚରେ ଟସ୍୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ ଟିମ୍୍ । ଫଳରେ ଏବେ ବୋଲିଂ କରିବାକୁ ଆସିବ ବାଙ୍ଗାଲୋର ଦଳ । ରାଜସ୍ଥାନ ପ ଷରୁ ଦୁଇ ଓପନର ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୮ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ବାଙ୍ଗାଲୋର ୫ଟି ବିଜୟ ଓ ୩ଟି ପରାଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ୩ଟି ବିଜୟ ଓ ୫ଟି ପରାଜୟ ସହ ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ବାଙ୍ଗାଲୋର ବିଜୟୀ ହୋଇ ନିଜ ସ୍ଥାନ ନିରାପଦରେ ରଖିବାକୁ ଚେଷ୍ଟା କରିବ । ସେହିପରି ରାଜସ୍ଥାନ ମଧ୍ୟ ବିଜୟୀ ହୋଇ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବ ।

ରାଜସ୍ଥାନ ଦଳରେ ଷ୍ଟିଭେନ ସ୍ମିଥ, ବେନ ଷ୍ଟୋକ, ସଞ୍ଜୁ ସାମସନ ଓ ରାହୁଲ ତେୱତିଆଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ବାଙ୍ଗାଲୋର ଦଳରେ ବିରାଟ କୋହଲି, ଏବି ଡିଭିଲିୟର୍ସ, ପାଡିକଲଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଆଜିର ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିବ ।