ଛକା ଚୌକାରେ ଦୁଲୁକିଲା ସାରଜାହା । ପଞ୍ଜାବ ହାତରୁ ମ୍ୟାଚ ଛଡାଇ ନେଲେ ସାମସନ, ତେୱତିଆ । ୪ ୱିକେଟରେ ଜିତିଲା ରାଜସ୍ଥାନ ରୟାଲ୍ସ

406

କନକ ବ୍ୟୁରୋ : ଛକା ଚୌକାରେ ଦୁଲୁକିଲା ସାରଜାହା ଷ୍ଟାଡିୟମ । ପଞ୍ଜାବ ହାତରୁ ମ୍ୟାଚ ଛଡାଇନେଲେ ସଞ୍ଜୁ ସାମସନ ଓ ରାହୁଲ ତେୱତିଆ । ଫଳରେ ରାଜସ୍ଥାନ ଏହି ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ସଞ୍ଜୁ ସାମସନ ୮୫ ରନ କରିଥିବା ବେଳେ ରାହୁଲ ତେୱତିଆ ୫୩ ରନ କରିଛନ୍ତି ।

ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପଞ୍ଜାବ ଦଳ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରି ରାଜସ୍ଥାନ ବୋଲଙ୍କ ନିଦ ହଜାଇ ଦେଇଥିଲେ । ଦଳ ପକ୍ଷରୁ ମୟଙ୍କ ୭ ଛକା, ୧୦ ଚୌକା ବଳରେ ୧୦୬ ରନ କରିଥିବା ବେଳେ କେଏଲ ରାହୁଲ ୧ ଛକା, ୭ ଚୌକା ବଳରେ ୮୯ ରନ ହାସଲ କରିଛନ୍ତି ।

ଏବେ ୨୨୪ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ରାଜସ୍ଥାନ ଦଳ ଆରମ୍ଭରୁ ବଡ ସଟ୍ ଖେଳିବା ଆରମ୍ଭ କରିଥିଲା । ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ, ସଞ୍ଜୁ ସାମସନ ଓ ରାହୁଲ ତେୱାତିଆଙ୍କ ଦମଦାର ବ୍ୟାଟିଂରେ ଦଳ ୫ ୱିକେଟରେ ବିଜୟୀ ହୋଇଥିଲା ।