କନକ ବ୍ୟୁରୋ : ଆଇପିଏଲ୍ର ଚତୁର୍ଥ ଦିବସରେ ରାଜସ୍ଥାନ ରୟାଲ୍ସ ସହିତ ପଞ୍ଜାବ କିଙ୍ଗ୍ସର ମୁକାବିଲା ହେବ । ଉଭୟ ଦଳ ନିକଟରେ ବିସ୍ଫୋରକ ବ୍ୟାଟିଂର କ୍ଷମତା ଲମ୍ବା ରହିଥିବାରୁ ଏହି ମ୍ୟାଚ୍ ମଧ୍ୟ ବଡ଼ ସ୍କୋର୍ ବିଶିଷ୍ଟ ହେବ ବୋଲି ଆଶା କରାଯାଉଛି ।ରାଜସ୍ଥାନ ରୟାଲ୍ସ ନିଶ୍ଚିତ ଭାବେ ଏହାର ଲଂଲିସ୍ ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସଙ୍କ ଉପରେ ନିର୍ଭର କରିବ । ଦଳରେ ଥିବା ଅନ୍ୟତମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ ଏବଂ ନବନିଯୁକ୍ତ ଅଧିନାୟକ ସଂଜୁ ସାମସନ୍ ମଧ୍ୟ ନିଜକୁ ରନ୍ ସ୍କୋରର୍ଙ୍କ ମଧ୍ୟରେ ରଖିବାକୁ ପ୍ରୟାସ କରିବେ । ଜୋସ୍ ବଟଲରଙ୍କ ସହିତ ଉଚ୍ଚ ପ୍ରଶଂସିତ ଯୁବ ପ୍ରତିଭା ଯଶସ୍ବୀ ଜୟସ୍ବାଲଙ୍କୁ ପାଳି ଆରମ୍ଭ କରିବା ସୁଯୋଗ ମିଳିପାରେ । ବେନ୍ ଷ୍ଟୋକ୍ସଙ୍କ ଉପରେ ଦଳର ମଧ୍ୟକ୍ରମ ଭାର ରହିବ । ୱାଙ୍ଖ୍ଡେ ଟ୍ରାକ୍ରେ ପ୍ରଥମ ମ୍ୟାଚ୍ରୁ ରନ୍ ବର୍ଷିଥିବାରୁ ଉଭୟ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ଏଥିରୁ ଫାଇଦା ଉଠାଇବା ଲକ୍ଷ୍ୟରେ ରହିବେ ।
ରୟାଲ୍ସ ନିକଟରେ ମଧ୍ୟ ଅନ୍ୟ ବହୁ ବିକଳ୍ପ ଭାବେ ଶିଭମ ଦୁବେ, ଶ୍ରେୟସ ଗୋପାଳ, ରାହୁଲ ତିୱାତିଆ, ରୢାନ ପରାଗ, ଲିଆମ୍ ଲିଭିଙ୍ଗଷ୍ଟୋନ୍ଙ୍କ ଭଳି ଅଲରାଉଣ୍ଡର୍ ରହିଛନ୍ତି। ଗୋପାଳ, ତିୱାତିଆ ଓ ପରାଗ ଲେଗସ୍ପିନ୍ ବୋଲିଂ କରୁଥିବାରୁ ରୟାଲ୍ସ ଦୁଇ ଜଣିଆ ଲେଗିଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ। ବଡ଼ ସଟ୍ ଖେଳିବା କ୍ଷମତା ରଖିଥିବାରୁ ଦୁବେ ଓ ତିୱାତିଆ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ ଲାଗୁଛି। ଆହତ କାରଣରୁ ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ସେବାରୁ ଦଳ ବଞ୍ଚିତ ହେବ। ଏଭଳି କ୍ଷେତ୍ରରେ ନବ ମନୋନୀତ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର୍ କ୍ରିସ ମୋରିସ୍ଙ୍କୁ ତାଙ୍କ ୧୬.୨୫ କୋଟି ନିଲାମି ମୂଲ୍ୟର ଦମ୍ ଦେଖାଇବାକୁ ପଡିବ। ରାଜସ୍ଥାନ ଏବେ ଏହାର ବାମହାତୀ ପେସର୍ ମୁସ୍ତାଫିଜୁର ରହମାନ କିମ୍ବା ଜୟଦେବ ଉନାଦକତ୍, କାର୍ତିକ ତ୍ୟାଗୀ କିମ୍ବା ଚେତନ ସାକାରିଆଙ୍କୁ ନେଇ ଖେଳିବ ଦେଖିବାକୁ ପଡ଼ିବ।
ଅନ୍ୟପକ୍ଷରେ ୨୦୨୦ ସଂସ୍କରଣରେ ଭୟଙ୍କର ପ୍ରାରମ୍ଭିକ ଯୋଡ଼ି ଭାବେ ଉଭା ହୋଇଥିବା କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲ ଏଥର ପଞ୍ଜାବ କିଙ୍ଗ୍ସ ପାଇଁ ମଧ୍ୟ ପାଳି ଆରମ୍ଭ କରିବା ନିଶ୍ଚିତ। କିଙ୍ଗ୍ସ ଇଲେଭେନ୍ ପଞ୍ଜାବରୁ ପଞ୍ଜାବ କିଙ୍ଗ୍ସ ନାମ ପରିବର୍ତନ ପରେ ସୋମବାର ଦଳ ପ୍ରଥମ ଥର ପଡିଆକୁ ଓହ୍ଲାଇବ। ଟ୍ବେଣ୍ଟି-୨୦ କ୍ରିକେଟ୍ର ଅସଲ କିଙ୍ଗ୍ କ୍ରିସ୍ ଗେଲଙ୍କ ସହିତ ଇଂଲିସ୍ ବ୍ୟାଟ୍ସମ୍ୟାନ୍ ଦାୱିଦ ମଲାନ୍, ତାମିଲ ତାରକା ଏମ ସାହାରୁଖ୍ ଖାନ୍ ଓ ୱେଷ୍ଟଇଣ୍ଡିଆନ୍ ହାର୍ଡ ହିଟର୍ ନିକୋଲାସ ପୂରନଙ୍କୁ ନେଇ କିଙ୍ଗ୍ସ ଏଥର ବି ଗର୍ଜିବ ବୋଲି ଆଶା କରାଯାଉଛି। ଦଳର ବୋଲିଂ ବିଭାଗ ମହମ୍ମଦ ସାମିଙ୍କ ନେତୃତ୍ବରେ ଲଢ଼ିବ। ଗତ ଋତୁରେ ଚମତ୍କାର ପ୍ରଦର୍ଶନ କରିଥିବା ସାମିଙ୍କ ସହିତ ଏଥର ଅଷ୍ଟ୍ରେଲିଆର ଝାଏ ରିଚାର୍ଡସନ୍ ଓ ରିଲି ମେରେଡିଥ୍ ଏବଂ ଇଂଲଣ୍ଡର କ୍ରିସ୍ ଜୋର୍ଡାନ ରହିଛନ୍ତି। ସ୍ପିନ୍ ବିଭାଗ ମୁରୁଗାନ ଅଶ୍ବିନ ଓ ରବି ବିଷ୍ଣୋଇଙ୍କ ଉପରେ ନିର୍ଭର କରିବ।
ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟଲର୍, ବେନ୍ ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍ ମିଲର୍, ରାହୁଲ ତିୱାତିଆ, ମହିପାଲ୍ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍ ଲିଭିଙ୍ଗଷ୍ଟୋନ୍, କୁଲଦୀଦ ଯାଦବ, ଆକାଶ ସିଂହ।
ପଞ୍ଜାବ କିଙ୍ଗ୍ସ: କେଏଲ୍ ରାହୁଲ୍ (ଅଧିନାୟକ ଓ ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ମନଦୀପ ସିଂହ, ପ୍ରବସିମ୍ରନ ସିଂହ, ନିକୋଲାସ୍ ପୂରନ (ୱିକେଟରକ୍ଷକ), ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ୍ ବ୍ରାର୍, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍ ଜୋର୍ଡାନ, ଦାୱିଦ ମଲାନ, ଝାଏ ରିଚାର୍ଡସନ୍, ଶହାରୁଖ୍ ଖାନ୍, ରିଲି ମେରେଡିଥ୍, ମୋଜେସ ହେନରିକ୍ସ, ଜଲଜ ସାକ୍ସେନା, ଉତ୍କର୍ଷ ସିଂହ, ଫାବିଏଁ ଆଲେନ, ସୌରଭ କୁମାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Untitled-design-48.jpg)