ସଞ୍ଜୁ ସାମସନ ଓ ଜୋଫ୍ରା ଆର୍ଚରଙ୍କ ଧୂଆଁଧାର ବ୍ୟାଟିଂ । ୨୧୬ ରନ କଲା ରାଜସ୍ଥାନ ରୟାଲ । ଚେନ୍ନାଇ ସୁପର କିଙ୍ଗସ ଆଗରେ ୨୧୭ ରନର ବିଶାଳ ଟାର୍ଗେଟ 

275

କନକ ବ୍ୟୁରୋ : ସଞ୍ଜୁ ସାମସନ ଓ ଷ୍ଟିଭେନ ସ୍ମିଥଙ୍କ ଧୂଆଁଧାର ବ୍ୟାଟିଂ । ଏହାସହ ରାଜସ୍ଥାନ ୨୧୬ ରନର ବିଶାଳ ସ୍କୋର କରିଛି । ଅନ୍ୟପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୨୧୭ରନର ବଡ ଟାର୍ଗେଟ ଦେଇଛି ରାଜସ୍ଥାନ । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ୍ ଦଳର ଦୁଇ ଓପନର ମୁରଲୀ ବିଜୟ ଓ ସେନ ୱାଟସନ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ ।

ଏହି ମ୍ୟାଚରେ ଟସ୍୍ ଜିତି ଚେନ୍ନାଇ ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ରାଜସ୍ଥାନ ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ରାଜସ୍ଥାନ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇ ପାରିନଥିଲା ଚେନ୍ନାଇ । ପ୍ରଥମ ଓି୍ୱକେଟରେ ଆସିଥିବା ସଞ୍ଜୁ ସାମସନ ଆକ୍ରାଣାତ୍ମକ ବ୍ୟାଟିଂ କରିଥିଲେ । ସେ ୩୨ ବଲରୁ ୭୪ ରନ ହାସଲ କରିଥିଲେ । ଯେଉଁଥିରେ ସେ ୯ଟି ଛକା ଓ ୧ ଚୌକା ମାରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ମଧ୍ୟ ୪୭ ବଲରୁ ୬୯ ରନ କରିଥିଲେ ।

ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୨୧୬ ରନ କରିଥିଲା । ବର୍ତ୍ତମାନ ୨୧୭ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ଚେନ୍ନାଇ । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ଆକ୍ରାଣାତ୍ମକ ଖେଳିବାକୁ ହେବ ।