ଚହଲଙ୍କ ଚମତ୍କାର । ୧୫୪ ରନରେ ଅଟକିଲା ରାଜସ୍ଥାନ ରୟାଲ୍ସ । ବାଙ୍ଗାଲୋର ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ । 

150

କନକ ବ୍ୟୁରୋ : ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ । ଫଳରେ ୧୫୪ରନରେ ଅଟକିଲା ରାଜସ୍ଥାନ ରୟାଲ୍ସ । ଏହାସହ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ବାଙ୍ଗାଲୋରର ଦୁଇ ଓପନ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ ।

ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦଳ ପକ୍ଷରୁ ଦୁଇ ଓପନ ବ୍ୟାଟିଂ ଆରମ୍ଭ କରିଥିଲେ । ହେଲେ ବ୍ୟାଟ୍ସମ୍ୟାନ ମାନେ ସପଳ ବ୍ୟାଟିଂ କରିପାରିନଥିଲେ । ଦଳ ପକ୍ଷରୁ ମୋହିପାଲ ୪୭ ରନ ଓ ରାହୁଲ ତେୱତିଆ ୨୪ ରନ କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୪ ରନ କରିଥିଲା ।

ବଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲ ୩ଟି ଇଶୁରୁ ଉଡାନା ୨ଟି ଓ ନବଦୀପ ସାଇନି ଗୋଟିଏ ୱିକେଟ ହାସଲ କରିଛନ୍ତି । ଏବେ ବଙ୍ଗାଲୋରର ୧୫୫ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବେ । ଦୁଇ ଓପନର ଦଳ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିବେ ।