କନକ ବ୍ୟୁରୋ: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ । ତେବେ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ଆଉ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଚେନ୍ନାଇ । ଏହି ମ୍ୟାଚ୍ ରାଜସ୍ଥାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକି ନାଁ ଏହି ମ୍ୟାଚରେ ପରାଜୟ ବରଣ କଲେ ଦଳର ପ୍ଲେ-ଅଫ୍ ଦୌଡ ସଂଘର୍ଷପୂର୍ଣ୍ଣ ହୋଇପାରେ । ତେବେ ସିଏସକେ କିନ୍ତୁ ଏବେ ସୁଦ୍ଧା ୧୮ ପଏଣ୍ଟ ସହ ପ୍ଲେ-ଅଫରେ ସ୍ଥାନ ପକ୍କା କରିସାରିଛି । ତେଣୁ ଧୋନୀ ବାହିନୀକୁ ଆଜି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ କିଭଳି ଟକ୍କର ଦେଉଛି ତାହା ଦେଖିବାକୁ ବାକି ରହିଲା।
ଦୁଇ ଦଳ ଏଯାବତ ୨୪ଟି ମ୍ୟାଚରେ ମୁହାଁମୁହିଁ ହୋଇସାରିଛନ୍ତି । ଏହା ଭିତରେ ଚେନ୍ନାଇ ୧୫ଟି ମ୍ୟାରେ ବିଜୟୀ ହୋଇଥିବାବେଳେ, ରାଜସ୍ଥାନ ୯ଟି ମ୍ୟାଚରେ ବିଜୟୀ ହୋଇଛି । ତେଣୁ ଏହି ମ୍ୟାଚରେ ଚେନ୍ନାଇ ପଲ୍ଲା ଭାରି ରହିଛି । ହେଲେ ଚେନ୍ନାଇକୁ ଚେକ୍ ଦେଇ ରାଜସ୍ଥାନ ପ୍ଲେ-ଅଫ୍ ଦୌଡରେ ରହିବାକୁ ଆଜି ଚେଷ୍ଟା କରିବ ।
ଟସ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ। #IPL2021#CSKvsRR#KanakNewspic.twitter.com/EJMj2ix9Fx
— Kanak News (@kanak_news) October 2, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/MS-Dhoni-Sanju-Samson-IPL-2021-Sportzpics-640.webp)