ଚେନ୍ନାଇକୁ ଚିତ୍ କଲା ରାଜସ୍ଥାନ । ୧୬ରନ୍ ରେ ହାରିଲା ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ ଜିତିଲା ରାଜସ୍ଥାନ ରୟାଲ୍ସ

250

କନକ ନ୍ୟୁଜ : ଫାପ ଡୁପ୍ଲେସିସଙ୍କ ଲଢୁଆ ବ୍ୟାଟିଂ ସତ୍ତେ୍ୱ ହାରିଲା ଚେନ୍ନାଇ । ଫଳରେ ରାଜସ୍ଥାନ ରୟାଲ ଏହି ମ୍ୟାଚରେ ୨୦ରନରେ ବିଜୟୀ ହୋଇଛି । ଏହାସହ ୨୦୨୦ ଆଇପିଏଲରେ ରାଜସ୍ଥାନ ତାର ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ ରାଜସ୍ଥାନ ପକ୍ଷରୁ ରାହୁଲ ତେୱତା ୩ଟି ୱିକେଟ ହାସଲ କରିଛନ୍ତି ।

ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ରାଜସ୍ଥାନ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ହେଲେ ରାଜସ୍ଥାନ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇ ପାରିନଥିଲା ଚେନ୍ନାଇ । ପ୍ରଥମ ଓି୍ୱକେଟରେ ଆସିଥିବା ସଞ୍ଜୁ ସାମସନ ଆକ୍ରାଣାତ୍ମକ ବ୍ୟାଟିଂ କରିଥିଲେ । ସେ ୩୨ ବଲରୁ ୭୪ ରନ ହାସଲ କରିଥିଲେ । ଯେଉଁଥିରେ ସେ ୯ଟି ଛକା ଓ ୧ ଚୌକା ମାରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ମଧ୍ୟ ୪୭ ବଲରୁ ୬୯ ରନ କରିଥିଲେ ।

ପରେ ଶେଷ ଓଭର ଚେନ୍ନାଇକୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହି ଓଭରରେ ଜୋଫ୍ରା ଆର୍ଚର ୩୦ ରନ ସଂଗ୍ରହ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୨୧୬ ରନ କରିଥିଲା । ଚେନ୍ନାଇ ସୁପର କିଙ୍ଗସ ୨୧୭ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଚେନ୍ନାଇ ପକ୍ଷରୁ ଡୁପ୍ଲେସିସ ୭୨, ସେନ ୱାଟସନ ୩୩ ଓ ଧୋନୀ ୨୮ କରିଛନ୍ତି ।