ଚମତ୍କାର କଲେ ତ୍ୟାଗୀ: ଶେଷ ଓଭରରେ ପଞ୍ଜାବ ହାତରୁ ଛଡାଇ ଆଣିଲେ ମ୍ୟାଚ, ରାଜସ୍ଥାନରେ ୨ ରନରେ ବିଜୟୀ

107

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି । ଶେଷ ଓଭରରେ ବାଜି ମାରିନେଇଛି ରାଜସ୍ଥାନ ରୟାଲ୍ସ । କାର୍ତ୍ତିକ ତ୍ୟାଗୀ ଚମତ୍କାର ବୋଲିଂ କରି ରାଜସ୍ଥାନକୁ ବିଜୟ ଦେଇଛନ୍ତି । ଶେଷ ଓଭରରେ ପଞ୍ଜାବ ହାତରୁ ମ୍ୟାଚ ଛଡାଇ ଆଣିଛନ୍ତି କାର୍ତ୍ତିକ । ଫଳରେ ରାଜସ୍ଥାନ ଏହି ମ୍ୟାଚରେ ୨ ରନରେ ବିଜୟୀ ହୋଇଛି ।

ଏହି ମ୍ୟାଚରେ ପଞ୍ଜାବର ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲା ରାଜସ୍ଥାନ । ରାଜସ୍ଥାନ ପକ୍ଷରୁ ଲୁଇସ ଓ ଜୟସ୍ୱାଲ ଭଲ ଆରମ୍ଭ ଦେଇଥିଲେ । ଦଳ ପକ୍ଷରୁ ଜୟସ୍ୱାଲ ୪୯, ମହିଲପାଲ ୪୩ ଓ ଲୁଇସ ୩୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୮୫ ରନ କରିବାରେ ସଫଳ ହୋଇଥିଲା ।

ସେହିପରି ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୫ଟି ୱିକେଟ ହାସଲ କରିଥିଲେ । ୧୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ଦଳ ଭଲ ଆରମ୍ଭ କରିଥିଲେ । ରାହୁଲ ଓ ମୟଙ୍କ ପଞ୍ଜାବକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ସମସ୍ତେ ଭାବିନେଇଥିଲେ ଏହି ମ୍ୟାଚରେ ପଞ୍ଜାବ ବିଜୟୀ ହେବ । ହେଲେ ଶେଷ ମୁହୂର୍ତ୍ତରେ ବାଜି ପଲଟାଇ ଦେଇଥିଲେ ତ୍ୟାଗୀ ।