ଘନେଇଲା ରାଜସ୍ଥାନ ରାଜନୈତିକ ସଙ୍କଟ: କଥାବାର୍ତ୍ତା ପାଇଁ କଂଗ୍ରେସର ଅପିଲ ପରେ ବି ଜିଦରେ ଅଟଳ ସଚିନ ପାଇଲଟ; କହିଲେ, ଯିବେନି ଜୟପୁର

ବିଧାୟକ ଦଳ ବୈଠକରେ ବିଳମ୍ବ : ନ ଆସିଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ

328

କନକ ବ୍ୟୁରୋ: ରାଜସ୍ଥାନରେ ଘନେଇବାରେ ଲାଗିଛି ରାଜନୈତିକ ସଂକଟ । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ  ଅଶୋକ ଗେହଲଟ ସରକାର ରହିବ କି ଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ଦିନ ସାଢେ ୧୦ଟାରେ  ବିଧାୟକ ଦଳ ବୈଠକ ଆରମ୍ଭ ହେବା ଥିଲେ ବି ଏ ଯାଏଁ ବୈଠକ ଆରମ୍ଭ ହୋଇପାରିନାହିଁ । ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବାସଭବନରେ ୯୦ ଜଣ କଂଗ୍ରେସ ବିଧାୟକ ଉପସ୍ଥିତ ହୋଇଛନ୍ତି । ବିଧାୟକ ଦଳ ବୈଠକ ଉପସ୍ଥିତି ରହିବାକୁ ଦଳ ପକ୍ଷରୁ ସମସ୍ତଙ୍କୁ ହ୍ୱିପ ଜାରି କରାଯାଇଛି ।  ଶେଷ ମୁହୂର୍ତିରେ କଂଗ୍ରେସ ହାଇକମାଣ୍ଡ  ବୁଝାମଣା କରିବାକୁ ଉଦ୍ୟମ କରିଛନ୍ତି । ଜୟପୁରରେ ଦଳର ବରିଷ୍ଠ ନେତା ରଣଦୀପ ସୂଯେ ୍ର୍ୟୱାଲା କହିଛନ୍ତି, ଗତ ୪୮ରୁ ୭୨ ଘଂଟା ମଧ୍ୟରେ ସଚିନଙ୍କୁ  ଯୋଗାଯୋଗ କରାଯାଇଛି । ବୈଚାରିକ ମତଭେଦ ଥିଲେ ବି  ସରକାରକୁ ଦୁର୍ବଳ କରାଯିବା ଠିକ ନୁହେଁ ।  ସୋନିଆ ଓ ରାହୁଲ ଗାନ୍ଧିଙ୍କ ପାଇଁ  ସମସ୍ତଙ୍କ ଦ୍ୱାର ଖୋଲା ରହିଛି ।

ସେପଟେ ସଚିନ ପାଇଲଟ ବିଧାୟକ ଦଳ ବୈଠକରେ ସାମିଲ ହେବେ ନାହିଁ ବୋଲି ରୋକଠୋକ ଜଣାଇଦେଇଛନ୍ତି । ତାଙ୍କ ସହ ୨୫ରୁ ଅଧିକ ବିଧାୟକ ଅଛନ୍ତି ବୋଲି ସେ ଦାବି କରିଛନ୍ତି । ତେବେଯେଉଁମାନେ ବୈଠକରେ ସାମିଲ ହେବେ ନାହିଁ ସେମାନଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ସଙ୍କେତ ଦେଇଛି । ଏପରିସ୍ଥିତିରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ପାଇଲଟଙ୍କ ପରବର୍ତି ପଦକ୍ଷେପ କଣ ରହିବ । ଆଉ ଏହାର ପ୍ରଭାବ ଗେଗେଲଟ ସରକାରଙ୍କ ଉପରେ ପଡିବ ନା ନାହିଁ, ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ସେପଟେ କଂଗ୍ରେସ ଦାବି କରୁଛି ରାଜସ୍ଥାନର ୧୦୯ ଜଣ ବିଧାୟକ ଅଶୋକ ଗେହେଲଟ ସରକାରକୁ ସମର୍ଥନ ଜଣାଇଛନ୍ତି । ରାଜସ୍ଥାନ ସରକାରର ଟଳମଳ ସଙ୍କଟକୁ ସୁଧାରିବା ପାଇଁ କଂଗ୍ରେସ ହାଇକମାଣ୍ଡ ତିନି ବରିଷ୍ଠ ନେତାଙ୍କୁ ପଠାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ରାଜସ୍ଥାନ କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟ ଅବିନାଶ ପାଣ୍ଡେ ଏବଂ ଦଳର ବରିଷ୍ଠ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା ରାଜସ୍ଥାନରେ ରହି ସ୍ଥିତି ଉପରେ ନଜର ରଖିିଛନ୍ତି ।

ନଜର ପକାନ୍ତୁ କଣ ରହିଛି ରାଜସ୍ଥାନ ବିଧାନସଭାର ସ୍ଥିତି ?

ରାଜ୍ୟରେ ମୋଟ ବିଧାନସଭା ଆସନ ହେଉଛି ୨ ଶହ । କଂଗ୍ରେସର ୧୦୭ଜଣ ବିଧାୟକ ଥିବାବେଳେ ମେଂଟ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ହେଉଛି ୧୨୪ । ବିଜେପିର ୭୨ ଜଣ ବିଧାୟକ ରହିଥିବାବେଳେ ଆରଏଲପିର ୩, ସ୍ୱାଧୀନ-୧୩, ଆରଏଲଡି ୦୧, ସିପିଏମ୦୨ ଓ ବିଟିପିର ୨ ଜଣ ସଦସ୍ୟ ଅଛନ୍ତି ।  ଏବେ ସମସ୍ତଙ୍କ ଅପେକ୍ଷା ଆଜିର କଂଗ୍ରେସ ବିଧାୟକ ଦଳ ଉପରେ ।  ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ବି କି ଆଭିମୁଖ୍ୟ ଗ୍ରହଣ କରିବେ  ସେ ଉପରେ ବି ସମସ୍ତଙ୍କ ନଜର ରହିଛି ।