କନକ ବ୍ୟୁରୋ : ଯେବେ ଠାରୁ ପୁଷ୍ପା ଫିଲ୍ମ ରିଲିଜ ହୋଇଛି ସେବେଠାରୁ ଏହି ସିନେମାର ଏକ ସଂଳାପ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି । ଡାଇଲଗଟି ଏଭଳି କି ‘ମେଁ ଝୁକୁଙ୍ଗା ନେହିଁ’ । ଏହି ସଂଳାପକୁ ନେଇ ବିଭିନ୍ନ ଢଙ୍ଗରେ ଆକ୍ଟିଂ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ହେଲେ ରାଜସ୍ଥାନର ଜଣେ ସରକାରୀ କର୍ମଚାରୀ ଏହି ସଂଳାପ କହି ତଳ କର୍ମଚାରୀଙ୍କୁ ସାବଧାନ କରାଇବାର ଷ୍ଟାଇଲ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି ।

Advertisment

କହିରଖୁ କି ରାଜସ୍ଥାନ ପାଲି ଜିଲ୍ଲା ରୋହଟ ତହସିଲର ଏସଡିଏମ ଇନ.ସୁରେଶ ସର୍ବଦା ନିଜ କାମ ଓ କାମ କରିବାର ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାନ୍ତି । କେବଳ ଚର୍ଚ୍ଚା ନୁହେଁ ତାଙ୍କ କାମ କରିବାର ତରିକା ଏଭଳି କି ତଳ କର୍ମଚାରୀମାନେ ଏଥିରେ ବିବ୍ରତ ହୋଇ ପଡନ୍ତି । ସେ କେତେବେଳେ ଏକା ଏକା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ତଦାରଖ କରନ୍ତି ତ କେତେବେଳେ କାମରେ ଭୁଲ ଦେଖିଲେ କର୍ମଚାରୀଙ୍କ ଉପରେ ପ୍ରବଳ ବିରକ୍ତ ହୋଇଥାନ୍ତି ।

ପାଲିର ସିଣଗାରୀ ପଞ୍ଚାୟତ କାର୍ଯ୍ୟାଳୟ ନିରୀକ୍ଷଣ କରିବାକୁ ଏସଡିଏକ ସୁରେଶ କୁମାର ପହଂଚିଥିଲେ । ଏହି କ୍ରମରେ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ ସେବକ, ସରପଂଚ ନଥିବା ଦେଖି ସେ ବିରକ୍ତି ପ୍ରକାଶ କରିଥିଲେ । ହେଲେ ସରକାରୀ ନିୟମ ମୁତାବକ ଗ୍ରାମ ସେବକ ଓ ସରପଞ୍ଚ ସକାଳ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ରହି ଲୋକଙ୍କ ସମସ୍ୟା ଶୁଣିବା କଥା ।

ହେଲେ ଏସଡିଏମ ଯେତେବେଳେ ସେମାନଙ୍କ ଦେଖା ପାଇ ନଥିଲେ ସେତେବେଳେ ସେ ରାଗିଯାଇ କହିଥିଲେ କି “ମେଁ ଝୁକୁଙ୍ଗା ନେହିଁ, ଜନତା କି କାମ ରୋକେଗା ନେହିଁ” ଏହାକୁ ସେ ପୁଷ୍ପା ଫିଲ୍ମ ଷ୍ଟାଇଲରେ କହିବା ସହ ଏହାର ଏକ ଭିଡିଓ କରି ନିଜ ୟୁ ଟ୍ୟୁବ ସାଇଡରେ ଅପଲୋଡ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।