ଯଦି ଗେହଲଟ ଧରନ୍ତି କଂଗ୍ରେସର ମଙ୍ଗ ତେବେ କିଏ ହେବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ରେସରେ ସଚ୍ଚିନଙ୍କ ଠାରୁ ଆଗରେ ଅଛନ୍ତି ଏହି ନେତା

104

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହାରି ମଧ୍ୟରେ ରାହୁଲ ଗାନ୍ଧୀ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି କି ଜଣେ ବ୍ୟକ୍ତି ଦଳର ଗୋଟିଏ ପଦରେ ରହିପାରିବେ । ଏହାକୁ ଦେଖିଲେ ଅଶୋକ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନିଶ୍ଚିନ୍ତ । ହେଲେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ରାଜ୍ୟର କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ।

ଏବେ ଆସନ୍ତୁ ଜାଣିବା ସଚ୍ଚିନ ପାଇଲଟ ବ୍ୟତୀତ କିଏ କିଏ ଏହି ରେସରେ ଆଗରେ ରହିଛନ୍ତି । ଅଶୋକ ଗେହଲଟ ଦଳର ଅଧ୍ୟକ୍ଷ ହେଲେ ଦଳ ହାଇକମାଣ୍ଡ ସଚ୍ଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିପାରନ୍ତି । ଯଦି ବିଧାୟକମାନଙ୍କ ସହମତି ରହିବ ତେବେ ସୁରୁଖୁରୁରେ ସଚ୍ଚିନ ମୁଖ୍ୟମନ୍ତ୍ରୀ ପଦ ହାତେଇ ପାରିବେ ।

ସେପଟେ ଗେହଟଲ ଓ ପାଇଲଟଙ୍କ ମଧ୍ୟରେ ସଂପର୍କ ଠିକ୍ ନଥିବାରୁ ଗେହଲଟ ତାଙ୍କ ନିକଟତମ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ହାଇକମାଣ୍ଡଙ୍କ ପାଖରେ ଦାବି କରିପାରନ୍ତି । ଏହି କ୍ରମରେ ପ୍ରଥମେ ଆସୁଛି ସିପି, ଜୋଶୀଙ୍କ ନାମ । ଯଦି ଦଳର ହାଇକମାଣ୍ଡ ଗେହଲଟଙ୍କ ଦାବିକୁ ଶୁଣନ୍ତି ତାହେଲେ ସଚ୍ଚିନ ପାଇଲଟ ନୁହେଁ ବରଂ ସିପି ଜୋଶୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ।

ସେପଟେ ରାଜସ୍ଥାନର କ୍ଷମତା ସଂକଟ ବେଳେ ଶାନ୍ତି ଘରିୱାଲ ସଚ୍ଚିନ ପାଇଲଟଙ୍କୁ ଦମଦାର ବିରୋଧ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ଶାନ୍ତି ଘରିୱାଲଙ୍କୁ ଗେହଲଟଙ୍କ ନକଟତମ ବୋଲି କୁହାଯାଉଛି । ତେଣୁ ଶାନ୍ତି ଘରିଆଲ ମଧ୍ୟରେ ଏହି ମୁଖ୍ୟମନ୍ତ୍ରୀ ପଦ ରେସରେ ରହିଛନ୍ତି ।