ରଙ୍ଗ ରୁଟରେ ଆସି ବସକୁ ଧକ୍କାଦେଲା ଟ୍ୟାଙ୍କର, ରାସ୍ତାରେ ଜଳିଗଲେ ୧୨ ଜଣ ଯାତ୍ରୀ

153

କନକ ବ୍ୟୁରୋ : ରାଜସ୍ଥାନ ବାଡମେର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ପୋଡିଯାଇ ମୃତ୍ୟୁବରଣ କରିଛନ୍ତି ।
ସୂଚନା ମୁତାବକ ରାଜସ୍ଥାନର ବାଡମେର-ଯୋଧପୁର ରାଜପଥରେ ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଯାତ୍ରୀବାହି ବସକୁ ଧକ୍କାଦେବା ଫଳରେ ବସରେ ନିଆଁ ଲାଗିଯାଇଥିଲା । ବସରେ ଥିବା ୧୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୨ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି । ଏଭଳି ଦୁର୍ଘଟଣା ପରେ ରାଜପଥରେ ପୁରା ଭିଡ ହୋଇଛି ।

ବସରେ ଥିବା ଜଣେ ଯାତ୍ରୀ କହିଛନ୍ତି କି ୯.୫୫ ମିନିଟରେ ବସଟି ବାଲୋତରାରୁ ବାହାରିଥିଲା । ରାସ୍ତାରେ ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ବସକୁ ଧକ୍କା ଦେଇଥିଲା । ଏହା ଫଳରେ ହଠାତ ବସରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା କି କ୍ଷଣକ ମଧ୍ୟରେ ବସରେ ଥିବା ଯାତ୍ରୀମାନେ ଜଳିଯାଇଥିଲେ । ବସରେ ମୋଟ ୨୫ ଜଣ ଯାତ୍ରୀଥିବା ବେଳେ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି ଓ ୧୨ ଜଣ ମୃତ୍ୟୁବରଣ କରିଛନ୍ତି ।

ସୂଚନା ପାଇବା ପରେ ପୋଲିସ ପ୍ରଶାସନ ସହ ପଚପଦରା ବିଧାୟକ ମଦନ ପ୍ରଜାପତ, ପ୍ରଭାରୀ ମନ୍ତ୍ରୀ ସୁଖରାମ ବିଶୋଇ ବି ଘଟଣା ସ୍ଥଳରେ ପହଂଚିଛନ୍ତି । ମୃତକ ମାନଙ୍କର ପରିଚୟ ଠାବ କରିବାକୁ ପୋଲିସ ପ୍ରୟାସ ଆରମ୍ଭ କରିଛି