କନକ ବ୍ୟୁରୋ : ରାଜସ୍ଥାନରେ ରାଜନୈତିକ ସଂକଟର ସମାଧାନ ହୋଇଛି । ଆସନ୍ତାକାଲି ଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି କଂଗ୍ରେସର ବିଧାୟକ ଦଳର ବୈଠକ ବସିବ । ବିଧାନସଭାରେ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦଳ ପକ୍ଷରୁ ଏହି ବୈଠକ ଡକାଯାଇଛି । ତେବେ ବିଦ୍ରୋହ ପରଠୁ ପ୍ରଥମ ଥର ପାଇଁ ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟ ସାମ୍ନାସାମ୍ନି ସାକ୍ଷାତ ହେବା ସମ୍ଭାବନା ରହିଛି । ରାହୁଲ, ପ୍ରିୟଙ୍କାଙ୍କୁ ଭେଟିବା ପରେ ସଚିନ ପାଇଲଟ ମଙ୍ଗଳବାର ଜୟପୁରକୁ ଫେରିଛନ୍ତି । ତେବେ ପାଇଲଟ ଆସିବା ପରେ ଜୈସେଲମେରକୁ ଯାଇଛନ୍ତି । ଯେଉଁଠି ସେ ଏବେ ନିଜ ସମର୍ଥକ ବିଧାୟକଙ୍କ ସହ ରହିଛନ୍ତି ।
ଗଣମାଧ୍ୟମ ଆଗରେ ଗେହଲଟ କହିଛନ୍ତି, ଯେପରି ଭାବେ ଗତ ମାସକ ଭିତରେ ରାଜନୈତିକ ଘଟଣାକ୍ରମଣ ବଦଳିଲା, ତାହା ସ୍ୱାଭାବିକ ଭାବେ ବିଧାୟକଙ୍କ ଚିନ୍ତା ବଢାଇ ଦେଇଛି । ତେବେ ଭୁଲକୁ ଭୁଲିଯାଇ କ୍ଷମା କରିବାକୁ ହେବ ଓ ଗଣତନ୍ତ୍ରକୁ ବଂଚାଇବା ପାଇଁ ଏକଜୁଟ ହେବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/2-21.jpg)