ପାକ୍ ସୀମାଠୁ ୪୦କିମି ଦୂରରେ ଅବତରଣ କରିବ ଯୁଦ୍ଧ ବିମାନ । ଶତ୍ରୁ ମାଟିରେ ଅଚାନକ୍ ହୋଇପାରିବ ବଡ ଅପରେଶନ୍

467

କନକ ବ୍ୟୁରୋ : ଦିନକୁ ଦିନ ଶକ୍ତିଶାଳି ହେବାରେ ଲାଗିଛି ଭାରତୀୟ ବାୟୁସେନା । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମୀତ ଯୁଦ୍ଧ ବିମାନ ବାୟୁସେନାରେ ସାମିଲ ହେଉଛି । ଏହାରି ମଧ୍ୟରେ ବାୟୁସେନା ଆଉ ଏକ ଯୋଜନା ମଧ୍ୟ କରିଛି । ଏଣିକି ଯମୁନା ଏକ୍ସପ୍ରେସ୍-ୱେକୁ ଛାଡି ଆଉ ଏକ ହାଇୱେରେ ମଧ୍ୟ ଅବତରଣ କରିପାରିବ ଯୁଦ୍ଧ ବିମାନ । ଯୁଦ୍ଧ କିମ୍ବା କୌଣସି ଆପାତକାଳିନ ପରିସ୍ଥିତିରେ ବିମାନ ଅବତରଣ କରିବା ପାଇଁ ରାଜସ୍ଥାନର ଜାଲୋର ଜିଲ୍ଲାରେ ଭରତମାଳା ପରିଯୋଜନା ଜରିଆରେ ତିଆରି କରାଯାଇଛି ଏକ ନୂତନ ହାଇୱେ । ଯହାକି ଭାରତ-ପାକିସ୍ତାନ ସୀମାଠୁ ମାତ୍ର ୪୦ କିମି ଦୂରରେ ରହିଛି ଏହି ହାଇୱେ । ଆଜି ଏହି ହାଇୱେ ଉପରେ ଟ୍ରାୟଲ ପାଇଁ ଅବତରଣ କରିଥିଲା ସୁଖୋଇ ଯୁଦ୍ଧ ବିମାନ ।
ସେପ୍ଟେମ୍ବର ୯ତାରିଖ ଅର୍ଥାତ ଆସନ୍ତାକାଲି ଭରତମାଳା ପରିଯୋଜନା ଦ୍ୱାରା ତିଆରି କରାଯାଇଥିବା ହାଇୱେକୁ ଉଦଘାଟନ କରାଯିବ । ଏହି ଉଦଘାଟନୀ ଉତ୍ସବରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ।
ଏହି ହାଇୱେ ତିଆରି ହେବା ଦ୍ୱାରା ବାୟୁସେନାକୁ ଅନେକ ଫାଇଦା ମିଳିବ । ଯେପରିକି କୌଣସି ଗୁପ୍ତ ଅପରେସନକୁ ସଫଳତାର ସହ ଶେଷ କରିବାରେ ବାୟୁସେନା ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ଥ ହେବ ଏହି ହାଇୱେ । ଶତ୍ରୁ ମାଟିରେ ଆକ୍ରମଣ କରି ତତକ୍ଷଣାତ୍ ଏହି ହାଇୱେ ଉପରେ ଯୁଦ୍ଧ ବିମାନକୁ ଅବତରଣ କରାଯାଇ ପାରିବ ।
ଭାରତ-ପାକିସ୍ତାନ ବର୍ଡରଠାରୁ ପ୍ରାୟ ୪୦ କିମି ଦୂରରେ ଏହି ହାଇୱେକୁ ତିଆରି କରାଯାଇଛି । ଏହି ହାଇୱେକୁ ତିଆରି କରିବା ପାଇଁ ପାଖାପାଖି ୩୨. ୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।