କନକ ବ୍ୟୁରୋ: ଭାରତର ସମ୍ବିଧାନରେ ଉପ-ମୁଖ୍ୟମନ୍ତ୍ରୀ ବୋଲି ପଦବୀ ନାହିଁ । ତେଣୁ ରାଜସ୍ଥାନରେ ଯେଉଁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ତାହା ଅସାମ୍ବିଧାନିକ । ଏଭଳି ଏକ ଅଭିଯୋଗ ଆଣି ରାଜସ୍ଥାନ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏଭଳି ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ଆଇନଜୀବୀ ଓମ୍ ପ୍ରକାଶ ସୋଲାଙ୍କି । ଉପମୁଖ୍ୟମନ୍ତ୍ରୀ ବୋଲି କୌଣସି ପଦବୀ ନାହିଁ ଏହା ଏକ ରାଜନୈତିକ ପଦବୀ ଏବଂ ଅସାମ୍ବିଧାନିକ ବୋଲି ପିଆଇଏଲରେ କୁହାଯାଇଛି । ତେଣୁ ଏବେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ପଦକୁ ରଦ୍ଦ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି ।
ପିଆଇଏଲ ଆବେଦନ ବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ସଚିବ, ମୁଖ୍ୟ ସଚିବ ଏବଂ ଉପମୁଖ୍ୟ ମନ୍ତ୍ରୀ ଦିୟୀ କୁମାରୀ ଓ ପ୍ରେମ ଚାନ୍ଦଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିକଟରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ଚାନ୍ଦ ଏବଂ ଦିୟା କୁମାରୀ ଶପଥ ଗ୍ରହଣ କରିଛନ୍ତି । ଏବେ ଏହି ଦୁଇଙ୍କ ପଦକୁ ଚ୍ୟାଲେଞ୍ଜ କରାଯାଇଛି ।