କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ‘ମୁଖ୍ୟମନ୍ତ୍ରୀ କିଷାନ ମିତ୍ର ଏନର୍ଜୀ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଶନିବାର ଦିନ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ରାଜ୍ୟରେ ଥିବା ୧୫ ଲକ୍ଷ କୃଷକ ପରିବାରକୁ ପ୍ରତିମାସର ବିଜୁଳି ବିଲ ଉପରେ ରାଜ୍ୟ ସରକାର ୧ ହଜାର ଟଙ୍କା ଛାଡ କରିବେ । ଏହି ରିହାତି ଅର୍ଥ ସିଧା ସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଆସିବ । ଏହାସହ ଚଳିତ ବର୍ଷ ମେ ମାସର ବିଜୁଳି ବିଲ ଠାରୁ ଲାଗୁ ହେବ ।
ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ୍ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି କୃଷକ ମାନଙ୍କର ସ୍ୱାର୍ଥକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି । ଏହି କ୍ରମରେ ତାଙ୍କ ସରକାର କୃଷକମାନଙ୍କର ଆର୍ଥିକ ବିକାଶ ଓ ମଙ୍ଗଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି ଏହି ଯୋଜନାର ଲାଭ ବି ଭାଗଚାଷୀ ପାଇପାରିବେ । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ପ୍ରତିବର୍ଷ ୧୪୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
किसान कल्याण राज्य सरकार की सर्वोच्च प्राथमिकता रही है। इसी भावना के साथ हमारी सरकार ने किसानों को समृद्ध और खुशहाल बनाने के लिए कई महत्त्वपूर्ण फैसले लिए हैं। इसी कड़ी में अब हम 'मुख्यमंत्री किसान मित्र ऊर्जा योजना' शुरू करने जा रहे हैं।
— Ashok Gehlot (@ashokgehlot51) July 17, 2021
ଅନ୍ୟପଟେ ରାଜସ୍ଥାନ ସରକାର ଘୋଷଣା କରିଥିବା ଏହି ଯୋଜନାର ଲାଭ ସେହିମାନେ ପାଇପାରିବେ ନାହିଁ, ଯେଉଁମାନେ ପୂର୍ବରୁ ବିଜୁଳି ବିଲ୍ ବାକି ରହିଛି । ଅନ୍ୟପଟେ ଯଦି କୌଣସି ଲାଭାର୍ଥୀଙ୍କର ଗୋଟିଏ ମାସର ବିଲ ୧ ହଜାର ଟଙ୍କାରୁ କମ ଆସିଛି ତେବେ ପରବର୍ତ୍ତୀ ମାସରେ ତାହା ଆଡଜଷ୍ଟ ହେବ ବୋଲି କୁହାଯାଇଛି ।
କହିରଖୁ କି ଏହା ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ବସନ୍ଧରା ରାଜେ ସ୍କିନ୍ଦିଆ ଏଭଳି ଏକ ଯୋଜନା କରି କୃଷକ ମାନଙ୍କୁ ପ୍ରତିମାସ ୮୩୩ ଟଙ୍କାର ସହାୟତା ଯୋଗାଇ ଦେଉଥିଲେ । ହେଲେ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଯୋଜନାକୁ ବନ୍ଦ କରିଦେଇଥିଲେ । ଏହି ଗେହଲଟ ସରକାର ଏକ ନୂଆ ଯୋଜନା ମାଧ୍ୟମରେ ଏହାକୁ ସଂଚାଳନ କରିବାକୁ ଯାଉଛନ୍ତି ।