ବ୍ଲାକ୍ ଫଙ୍ଗସକୁ ନେଇ ବଢ଼ୁଛି ଚିନ୍ତା । ମହାମାରୀ ବୋଲି ଘୋଷଣା କଲେ ରାଜସ୍ଥାନ ସରକାର ।

ଓଡ଼ିଶାର ବିଶେଷଜ୍ଞ ଡାକ୍ତର କହିଲେ, କରୋନା ଚିକିତ୍ସାରେ ଷ୍ଟେରଏଡ ବ୍ୟବହାର ଯୋଗୁଁ ହେଉଛି ବ୍ଲାକ ଫଙ୍ଗସ୍ ଇନଫେକ୍ସନ୍

287

କନକ ବ୍ୟୁରୋ: କରୋନା ବେଳେ କାହିଁକି ବଢୁଛି ବ୍ଲାକ ଫଙ୍ଗସ? ଏହି ବ୍ଲାକ ଫଙ୍ଗସ୍ କ’ଣ ଓ ଏହାକୁ ନେଇ ଲୋକଙ୍କ ମନରେ ଅନେକ ଭୟ ରହିଛି । ଏହାକୁ ନେଇ ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି କରୋନା ଚିକିତ୍ସାରେ ଷ୍ଟେରଏଡ ବ୍ୟବହାର ଯୋଗୁଁ ବ୍ଲାକ ଫଙ୍ଗସ୍ ଇନଫେକ୍ସନ ବଢୁଛି । ଡାକ୍ତର ଜୟନ୍ତ ଷଡଙ୍ଗୀ କହିଛନ୍ତି, ଲୋକେ ଭୂତାଣୁ ସଂକ୍ରମିତ ହେବା ପରେ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଷ୍ଟେରଏଡର ବ୍ୟବହାର କରାଯାଉଛି । ଆଉ ଏହାଦ୍ୱାରା ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଛି । ଫଳରେ ଶରୀରରେ ବ୍ଲାକ ଫଙ୍ଗସ୍ ପ୍ରବେଶ କରିବା ସହଜ ହେଉଛି । ବ୍ଲାକ ଫଙ୍ଗସ୍ ବା କଳା ଫିମ୍ପି ଆଗରୁ ମଧ୍ୟ ଥିଲା । ବ୍ଲାକ ଫଙ୍ଗସର ସାଧାରଣ ଲକ୍ଷଣ ହେଉଛି ଆଖି ଫୁଲିଯିବା, ନାକରୁ କଳାପାଣି ବାହାରିବା, ଚର୍ମରେ କଳାଦାଗ ଦେଖାଯିବା । ସେପଟେ ଏହି ବ୍ଲାକ ଫଙ୍ଗସ୍ ବି ମହାମାରୀ ବୋଲି କହିଛନ୍ତି ରାଜସ୍ଥାନ ସରକାର । କରୋନା ମହାମରୀ ସହ ବିଶ୍ୱ ଲଢେଇ କରୁଥିବା ବେଳେ ବ୍ଲାକ ଫଙ୍ଗସ୍ ଭୟ ବଢାଇ ଦେଇଛି । ଆଉ ଏହା ବି ମହାମାରୀ ବୋଲି ଘୋଷଣା କରିଛନ୍ତି ରାଜସ୍ଥାନ ସରକାର ।