କନକ ବ୍ୟୁରୋ: କିଛି ଦିନ ହେଲା ଚାଷୀମାନେ ଲଗାତାର ନୂଆ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରୁଥିଲେ । ଏବେ ଚାଷୀ ଆନ୍ଦୋଳନକୁ ଦେଖି କେନ୍ଦ୍ର ସରକାର ଠିକ୍ ନିଷ୍ପତ୍ତି ନେଇଛନ୍ତି । ହେଲେ ଯଦି ଆଗକୁ ଦରକାର ପଡେ ତେବେ ପୁଣି ଏହି କୃଷି ଆଇନ୍ ଲାଗୁ ହୋଇପାରେ । ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ରାଙ୍କର ଏହି ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶକୁ ସମ୍ବୋଧିତ କରି ତିନି ନୂଆ କୃଷି ଆଇନ୍ ପ୍ରତ୍ୟାହାର ହେବା ନେଇ ସୂଚନା ଦେଇଥିଲେ । ଖାଲି ସେତିକି ନୁହେଁ, ଆନ୍ଦୋଳନରତ ଚାଷୀଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ହେଲେ ଚାଷୀମାନେ ଏବେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଥିଲେ ରାକେଶ ଟିକାୟତ । ହେଲେ ଏହାରି ଭିତରେ ରାଜସ୍ଥାନ ରାଜ୍ୟପାଳଙ୍କ ଏହି ବୟାନ ରାଜନୀତି କରିଡରେ ଜୋରଦାର ଚର୍ଚ୍ଚା ସୃଷ୍ଟି କରିଛି ।
#WATCH | Bhadohi: Rajasthan Gov Kalraj Mishra says,"Govt tried to explain to farmers the pros of #FarmLaws. But they were adamant about repeal.Govt felt that it should be taken back&formed again later if needed but right now they should repeal as farmers are demanding..." (20.11) pic.twitter.com/3wHjXYaf2q
— ANI UP (@ANINewsUP) November 21, 2021
କୃଷି ଆଇନ୍ ପ୍ରତ୍ୟାହାରକୁ ନେଇ ବିରୋଧୀ ଓ ଶାସକ ଦଳର ନେତାମାନେ ଲଗାତାର ବୟାନବାଜି ଜାରି ରଖିଛନ୍ତି । ବିରୋଧୀମାନେ ଏହି ଘଟଣାକୁ ନେଇ ଶାସକ ଦଳକୁ ଘେରୁଥିବାବେଳେ, ଶାସକ ଦଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଠିକ୍ ବୋଲି କହିଛନ୍ତି । ଆଉ ଏଭଳି ସ୍ଥିତିରେ ଜଣେ ରାଜ୍ୟପାଳ କୃଷି ଆଇନ୍ ପୁଣି ଫେରିପାରେ ବୋଲି କହିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ତେବେ ତା ସହିତ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରା ସରକାରଙ୍କ ଏହି କାର୍ଯ୍ୟକୁ ପ୍ରଂଶସା କରିଛନ୍ତି । ତିନି କୃଷି ଆଇନ୍ ପ୍ରତ୍ୟାହାର ଦେଶକୁ ସକରାତ୍ମକ ଦିଗ ଦେବ । ଏହି ଆଇନ୍ ଚାଷୀଙ୍କ ହିତ ପାଇଁ ବନାଯାଇଥିଲା, ହେଲେ ସରକାର ଏହାକୁ ଚାଷୀଙ୍କୁ ବୁଝାଇବାରେ ସଫଳ ହୋଇପାରିନଥିଲେ ବୋଲି ସେ କହିଛନ୍ତି ।