କନକ ବ୍ୟୁରୋ: ରାଜସ୍ଥାନର ଗୁର୍ଜର ନେତା କିରୋଡୀ ସିଂହ ବୈଂସଲାଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ନିଧନ ହୋଇଛି । ସେ ବିଜେପିର ଜଣେ ସକ୍ରିୟ ନେତା ଥିଲେ ।
କିରୋଡୀଲାଲ ବୈଂସଲା ଭାରତୀୟ ସେନାରେ କର୍ଣ୍ଣଲ ଭାବେ କାର୍ଯ୍ୟ କରିଥିଲେ ।
ତାଙ୍କ ନେତୃତ୍ୱରେ ୨୦୦୭ରେ ରାଜସ୍ଥାନରେ ଗୁର୍ଜରୀମାନେ ଏକ ବଡ ଧରଣର ଆନ୍ଦୋଳନ କରିଥିଲେ । ରାଜସ୍ଥାନରେ ଗୁର୍ଜରୀ ମାନଙ୍କୁ ସ୍ୱତନ୍ତ୍ର ସଂରକ୍ଷଣ ଦାବୀ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନର ଗୁର୍ଜର ସଂରକ୍ଷଣ ସମିତିର ପ୍ରମୁଖ ଥିଲେ ।
ଲୋକସଭା ବାଚସ୍ପତି ଓମ୍ ବିରଲା କିରୋଡୀ ସିଂହ ବୈସଲାଙ୍କ ନିଧନରେ ଶୋକ ବ୍ୟକ୍ତ କରିନ୍ତି । ବୈସଲା ସାମାଜିକ ଆନ୍ଦୋଳନର ଜଣେ ପ୍ରଖର ନେତୃତ୍ୱକର୍ତ୍ତା ଥିଲେ । ସାମାଜିକ ଅଧିକାର ପାଇଁ ସେ ଆଜୀବନ ସଂଘର୍ଷ କରିଥିଲେ । ତାଙ୍କର ଅନୁପସ୍ଥିତି ବାସ୍ତବରେ ଅପୂରଣୀୟ ବୋଲି ବାଚସ୍ପତି କହିଛନ୍ତି ।
ସୂଚନା ମୁତାବକ, ୨୦୦୭ରେ ବୈଂସଲାଙ୍କ ନେତୃତ୍ୱରେ ଗର୍ଜରମାନେ ଆନ୍ଦୋଳନ କରିଥିଲେ । ଏହାପରେ ପୁଣିଥରେ ୨୦୧୫ରେ ପୁଣିଥରେ ବଡ ଧରଣର ଆନ୍ଦୋଳନ ହୋଇଥିଲା । ୨୫ ଦିନ ଧରି ଲଗାତାର ଆନ୍ଦୋଳନ ପରେ ତକ୍ରାଳୀନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବୁନ୍ଧରା ରାଜେଙ୍କ ସହ ଗୁର୍ଜର ନେତା ଏବଂ ବୈଂସଲାଙ୍କ ବୈଠକ ହୋଇଥିଲା । ଏଥିରେ ଗର୍ଜରୀ ମାନଙ୍କୁ ୫ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା ହୋଇଥିଲା ।