କନକ ବ୍ୟୁରୋ : ରାଜସ୍ଥାନ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀଭାବେ ଶୁକ୍ରବାର ଶପଥ ନେଇଛନ୍ତି ଭଜନଲାଲ ଶର୍ମା । ରାଜ୍ୟପାଳ କଲରାଜ ମିଶ୍ରା ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ବିଜେପିର ଅନେକ ନେତୃବୃନ୍ଦ ସାମିଲ ହୋଇଥିଲେ । ଅନ୍ୟପଟେ ଦୁଇ ଉପମୁଖ୍ୟମନ୍ତ୍ରୀ ଦୀୟା କୁମାର ଓ ପ୍ରେମଚାନ୍ଦ ବୈରୱା ମଧ୍ୟ ଶପଥ ନେଇଛନ୍ତି ।

Advertisment

ରାଜସ୍ଥାନରେ ନୂଆ ଚେହେରା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ଚକିତ କରିଛି ବିଜେପି । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ବାହ୍ମଣ ସମୁଦାୟର । ସାଧାରଣ ନିର୍ବାଚନରେ ସାଧାରଣ ବର୍ଗ ଭୋଟ ହାତେଇବା ପାଇଁ ବାହ୍ମଣ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ସେପଟେ ଦୁଇ ଉପମୁୁଖ୍ୟମନ୍ତ୍ରୀ ମଧ୍ୟରୁ ଦୀୟା କୁମାରୀ ରାଜପୁତ ଓ ପ୍ରେମ ବୈରୱା ଦଳିତ ସମୁଦାୟରୁ ଆସୁଛନ୍ତି ।

ରାଜସ୍ଥାନରେ ‘ଭଜନଲାଲ’ ରାଜୁତି
-୪ଥର ରାଜସ୍ଥାନରେ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି
-ସଙ୍ଗନେରରୁ ବିପୁଳ ଭୋଟ ବ୍ୟବଧାନରେ ଜିତିଥିଲେ
-କଂଗ୍ରେସର ପୁଷ୍ପନ୍ଦ୍ରେ ଭରଦ୍ୱାଜଙ୍କୁ ୪୮୦୮୧ ଭୋଟରେ ପରାସ୍ତ କରିଥିଲେ
-ଆରଏସଏସ ଓ ଏବିଭିପିର ଜଣେ ସକ୍ରିୟ ସଦସ୍ୟ

ଶପଥପାଠ କରିବା ପୂର୍ବରୁ ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ । ଏଥିସହ ବାପା ମାଙ୍କ ପାଦ ଧୋଇ ଆର୍ଶୀବାଦ ମଧ୍ୟ ନେଇଥିଲେ । ଜନ୍ମଦିନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଭଜନଲାଲଙ୍କ ପାଇଁ ଡବଲ ଖୁସି ନେଇ ଆସିଛି ।

ଯଦିଓ ୩ରାଜ୍ୟରେ ବିଜେପି ବହୁମତ ସହ ଜିତ ହାସଲ କରିଥିଲା ତଥାପି ମୁଖ୍ୟମନ୍ତ୍ରୀ ନାଁ ଘୋଷଣାରେ ବେଶ ବିଳମ୍ବ କରିଥିଲା ଦଳ । ସବୁଠୁ ଅଧିକ ଡେରି ରାଜସ୍ଥାନରେ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ରେସରେ ହେଭିୱେଟ ଚେହେରା ବସୁନ୍ଧରା ରାଜେ ସିନ୍ଧିଆ, ଅର୍ଜୁନ ମେଘୱାଲ. ଗଜେନ୍ଦ୍ର ସିଂ ଶେଖାୱତ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ରହିଥିଲେ ବି ଶେଷରେ ଦଳ ବାହ୍ମଣ ଚେହେରା ଭଜନଲାଲ ଶର୍ମାଙ୍କୁ କରିଛି ମୁଖ୍ୟମନ୍ତ୍ରୀ