‘ଗାନ୍ଧୀ ପରିବାରରୁ କେହି କଂଗ୍ରେସର ଅଧ୍ୟକ୍ଷ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ’ : ଅଶୋକ ଗେହଲଟଙ୍କ ବଡ ଘୋଷଣା

104

କନକ ବ୍ୟୁରୋ: କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏକ ବଡ ଘୋଷଣା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗାନ୍ଧୀ ପରିବାରର କେହି ବି ପ୍ରତିଦ୍ୱନ୍ଦିତା କରିବେ ନାହିଁ କି ଏହି ପଦ ପାଇଁ କେହି ଇଚ୍ଛୁକ ନୁହଁନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଅଶୋକ ଗେହଲଟ୍ । ବରଂ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିଜେ ଗେହଲଟ୍ ନାମାଙ୍କନ ଭରିବେ, ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି ବୋଲି କହିଛନ୍ତି । ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଚାହିଁ ଶକ୍ତିଶାଳୀ ହେବା ବିରୋଧୀଙ୍କ ନିମନ୍ତେ ଆବଶ୍ୟକ ହୋଇପଡ଼ିଛି ବୋଲି ସେ କହିଛନ୍ତି ।

ସୂଚନା ମୁତାବକ, କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବାର ତାରିଖ ଘୋଷଣା ହୋଇସାରିଛି । ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ । ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଅକ୍ଟୋବର ୮ ତାରିଖ ରହିଛି ।ଏବଂ ଅକ୍ଟୋବର ୧୩ତାରିଖରେ ଫଳାଫଳ ଘୋଷଣା କରାଯିବ । ଯଦି ଅଧିକ ପ୍ରାର୍ଥୀ ହୁଅନ୍ତି ତେବେ ଏହି ପଦ ପାଇଁ ଅକ୍ଟୋବର ୧୭ ତାରିଖରେ ମତଦାନ ହେବ ବୋଲି ଘୋଷଣା ହୋଇଛି ।