ରାଜସ୍ଥାନ ରାଜନୀତିରେ ନୂଆ ମୋଡ, ଗୋଟିଏ ଷ୍ଟେଜରେ ଦେଖାଦେଲେ ଗେହଲଟ ଓ ପାଇଲଟ୍

142

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ ବିବାଦ ଚାଲିଛି ସେ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି । ଏହା ଭିତରେ ଆର୍ଶ୍ଚଯ୍ୟ କରିଛି ନୂଆ ଫଟୋ । ଗୋଟିଏ ମଂଚରେ ପାଇଲଟ ଓ ଗେହଲଟ ଏକାଠି ଛିଡା ହୋଇଥିବା ଦେଖିବାକୁ ମିଳିଛି । ଦଳର ବରିଷ୍ଠ ନେତା କେସି ବେଣୁଗୋପଳ ପାଇଲଟ ଓ ଗେହଲଟଙ୍କ ହାତ ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏଥିସହ କଂଗ୍ରେସ ହୁଏତ ଏହି ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି କି ପୂର୍ବରୁ ଏମାନଙ୍କ ମଧ୍ୟରେ ଯାହା ବିବାଦ ଥିଲା ତା ଏବେ ଶେଷ ହୋଇଛି । ଡିସେମ୍ବର ମାସରେ ଭାରତ ଯୋଡ ଯାତ୍ରା ରାଜସ୍ଥାନରେ ପହଁଚିବ । ଏହା ପୂର୍ବରୁ କଂଗ୍ରେସର ଏକ ବୈଠକ ମଙ୍ଗଳବାର ବସିଥିଲା । ବୈଠକରେ ଉଭୟ ନେତା ପହଁଚିବା ସହ ଗୋଟିଏ ମଂଚରେ ଏକାଠି ନଜର ଆସିଥିଲେ ।