କନକ ବ୍ୟୁରୋ : ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତୀୟ ମହିଳା ସୁଟର ଅବନି ଲେଖରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ସେ ମହିଳା ବର୍ଗର ୧୦ ମିଟର ଏୟାର ରାଇଫଲ ସୁଟିଂରୁ ଏହି ମେଡାଲ ଜିତିଛନ୍ତି । ଲେଖରା ଫାଇନାଲରେ ୨୪୯.୬ ପଏଣ୍ଟ ହାସଲ କରିଥିଲେ । ଏହି ସ୍ୱର୍ଣ୍ଣପଦକକୁ ମିଶାଇ ଭାରତକୁ ପରାଲିମ୍ପିକ୍ସିରେ ୪ ଟି ପଦକ ମଳିଛି ।
ତାଙ୍କର ଏହି ସଫଳତାରେ ଖୁସି ହୋଇ ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅବନିଙ୍କୁ ୨ କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଏହାସହ ଦେବେନ୍ଦ୍ର ଝଝରିଆଙ୍କ ପାଇଁ ୨ କୋଟି ଓ ସୁନ୍ଦର ସିଂ ଗୁଜରଙ୍କ ପାଇଁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ।
ଅବନିଙ୍କ ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ତାଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ି କି ଅବନି ତୁମର ଏଭଳି ଅଦ୍ଭୁତପୂର୍ବ ସଫଳତା ଆପଣଙ୍କ ଶ୍ରମ ପାଇଁ ସମ୍ଭବ ହୋଇ ପାରିଛି । ଏହା ବାସ୍ତବରେ ଭାରତୀୟ ଖେଳାଳିଙ୍କ ପାଇଁ ଏକ ବିଶେଷ କ୍ଷଣ । ଏହା ସହ ପ୍ରଧାନମନ୍ତ୍ରୀ ଅବନିଙ୍କ ସଫଳ ଭବିଷ୍ୟତ ପାଇଁ ବି ଶୁଭକାମନା ଜଣାଇଛନ୍ତି ।
Rajasthan CM Ashok Gehlot (in file photo) announces a reward of Rs 3 crores to Avni Lekhara for winning gold, Rs 2 crores to Devendra Jhajharia for winning silver medal & Rs 1 crore to Sundar Singh Gurjar for winning bronze medal at Tokyo Paralympics pic.twitter.com/vjJAK0u4iH
— ANI (@ANI) August 30, 2021
କହିରଖୁ କି ପାରାଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ ଅବନି ସ୍ୱର୍ଣ୍ଣ ପଦକ ଜିତିବାରେ ଗୌରବଲାଭ କରିଛନ୍ତି ।