କନକ ବ୍ୟୁରୋ: ରାଜସ୍ଥାନରେ ୫୦ ଡିଗ୍ରୀ ଟପିଲା ଦିନର ତାପମାତ୍ରା: ଚୁରୁରେ ଦିନର ତାପମାତ୍ରା ୫୦.୫ ଡିଗ୍ରୀ ରେକର୍ଡ । ଦେଶର ତତଲା ସହର ପାଲଟିଲା ରାଜସ୍ଥାନର ଚୁରୁ । ସପ୍ତାହେ ହେଲା ରାଜସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସେହିପରି ଦୁଇ ଦିନ ତଳେ ରାଜସ୍ଥାନର ଭାରତ-ପାକିସ୍ତାନ ବର୍ଡର ନିକଟରେ ତାପମାତ୍ରା ୫୫ ଡିଗ୍ରୀ ରହିଥିଲା ।
ସେହିପରି ଆଜି ମଧ୍ୟ ଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା । ଆଗାମୀ ଦୁଇରୁ ତିନି ଦିନରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢିପାରେ । ଏନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୫ ଦିନରେ ଓଡ଼ିଶାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । କିନ୍ତୁ ଅନ୍ୟ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ । ଆଗାମୀ ୨୪ ଘଂଟାରେ ଗୁଳିଗୁଳି ସ୍ଥିତି ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/heat-wave_650x400_71433138188.webp)