ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ଅଶୋକ ଗେହଲଟ୍ କରୋନା ପଜିଟିଭ୍ । ଟ୍ୱିଟ ଯୋଗେ ଦେଲେ ସୂଚନା

92

କନକ ବ୍ୟୁରୋ : କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏନେଇ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତ ଅଶୋକ ଗେହଲଟ୍ । ଗୋଟିଏ ଦିନ ପୂର୍ବର ଅଶୋକ ଗେହଲଟଙ୍କ ପତ୍ନୀ ସୁନୀତା ଗେହଲଟ୍ ଙ୍କ କୋଭିଡ ଟେଷ୍ଟ ପଜିଟିଭ୍ ଆସିଥିଲା । ଆଜି ଅଶୋକ ଗେହଲଟ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ତାଙ୍କ ଶରୀରରେ କୋଭିଡର କୌଣସି ଲକ୍ଷଣ ନଥିଲା । ମାତ୍ର ସେ ପରୀକ୍ଷା କରିବା ପରେ ପଜିଟିଭ ଆସିଛି  । ଅନ୍ୟପଟେ ସେ ଏବେ ଠିକ୍ ଥିବା କଥା କହିବା ସହ କୋଭିଡ ନିୟମ ପାଳନ ପୂର୍ବବ ସେ ଆଇସୋଲେସନରେ ରହି ନିଜର କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କୋଭିଡ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।