କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁରରେ ହୋଇଥିବା ହତ୍ୟାକାଣ୍ଡ ପରେ ଏବେ ସେଠାରେ ସରକାରରେ ଥିବା କଂଗ୍ରେସ ବ୍ୟାକଫୁଟକୁ ଆସିଯାଇଛି । ଚାରିଆଡେ ବିରୋଧ ପ୍ରଦର୍ଶନ ଓ ବିରୋଧୀଙ୍କ କଟାକ୍ଷ ପରେ ଅସହାୟ ହୋଇପଡିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜ୍ୟରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ପାରିବ ତାହା ଉପରେ ଏବେ ସରକାରଙ୍କ ନଜର । ଏହି କ୍ରମରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହା ପୂର୍ବରୁ ଏହି ମାମଲାକୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ରାଜ୍ୟ ସରକାର ବି ଏହି ହତ୍ୟାକାଣ୍ଡକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୨ ଅପରାଧୀଙ୍କ ବିରୋଧରେ ୟୁଏପିଏ ଆଇନ ଅଧିନରେ ମକଦ୍ଦମା ଚାଲିବ ବୋଲି କୁହାଯାଇଛି । ଏହାସହ ଏନେଇ ଡିଜିଟାଲ ପ୍ରମାଣ ଉପରେ ବି ଗୁରୁତ୍ୱ ଦେଇଛି ରାଜସ୍ଥାନ ପୋଲିସ । ସେପଟେ ଏହି ଘଟଣାରେ ସ୍ଥାନୀୟ ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ହତ୍ୟାକାଣ୍ଡ ଘଟଣାର ମାତ୍ର କେଇଘଣ୍ଟା ମଧ୍ୟରେ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ କର୍ମୀଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି ।
Rajasthan Chief Minister Ashok Gehlot calls an all-party meet in Jaipur over Udaipur murder incident
(File Pic) pic.twitter.com/JldotYaopo
— ANI MP/CG/Rajasthan (@ANI_MP_CG_RJ) June 29, 2022
ଏନେଇ ଅଶୋକ ଗେହଲଟ କହିଛନ୍ତି କି ଏହି ଘଟଣାକୁ ନେଇ ସେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ କହିଛନ୍ତି କି ଅପରାଧୀମାନେ ପ୍ରଥମେ ଆତଙ୍କ ଖେଳାଇବାକୁ ଚେଷ୍ଟା କରିଥିଲେ ହେଲେ କୌଣସି କାରଣରୁ କହ୍ନେୟାଲାଲଙ୍କ ଉପରେ ଅସ୍ତ୍ର ବାଜିଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।