ଆଜି ରାଜସ୍ଥାନର ନୂଆ ମନ୍ତ୍ରୀ ନେଇପାରନ୍ତି ଶପଥ : ଗତକାଲି ସମସ୍ତ ମନ୍ତ୍ରୀ ଦେଇଥିଲେ ଇସ୍ତଫା

ପାଇଲଟ ଏବଂ ଗେହଲଟ ଶିବିର ମଧ୍ୟରେ ଛକାପଞ୍ଝା

120

କନକ ବ୍ୟୁରୋ : ରାଜସ୍ଥାନର ଅଶୋକ ଗେହଲେଟ ସରକାରରେ ଆଜି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଇପାରନ୍ତି । ଗତକାଲି ଗେହଲଟ ସରକାରର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଆଜି ଅପରାହ୍ନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହାପରେ ସଂଧ୍ୟାରେ ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା ହେବା ସହ ନୂଆ ମନ୍ତ୍ରୀ ଶପଥ ନେବା ନେଇ ସୂଚନା ରହିଛି । ଦଳରେ ମୁଖ୍ୟମନ୍ତ୍ରୀ ଗେହଲେଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ରହିଛି ।

ତେଣୁ ଅଶୋକ ଗେହଲଟ ଯଦି ମୁଖ୍ୟମନ୍ତ୍ରୀ ରହୁଛକନ୍ତି ତାହାଲେ ପାଇଲଟଙ୍କ ସମର୍ଥକ ବିଧାୟକ କେଉଁ କେଉଁ ବିଭାଗର ମନ୍ତ୍ରୀ ହେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ନେତୃତ୍ୱକୁ ନେଇ କନ୍ଦଳ ରହିିଛି । ଏହାର ସମାଧାନ କରିବାକୁ ଯାଇ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିଷ୍ପତି କ୍ରମେ ଏହି ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେଉଛି । ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ଦିଲ୍ଲୀ ଯାଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହାପରେ ସଚିନ ପାଇଲଟ ମଧ୍ୟ କଂଗ୍ରେସର ଶୀର୍ଷ ନେତାଙ୍କୁ ଭେଟିଥିଲେ ।