ରାଜସ୍ଥାନ ନିର୍ବାଚନ ପାଇଁ ବିଜେପିର ପ୍ରତିଶ୍ରୁତି ବର୍ଷା । ଫୋକସରେ ମହିଳା, ପିଜିରୁ କେଜି ଯାଏଁ ମାଗଣା ଶିକ୍ଷା

80

କନକ ବ୍ୟୁରୋ : ରାଜସ୍ଥାନ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି । ବିଜେପି ଏଥରକ ମଧ୍ୟ ଫୋକସରେ ମହିଳା ଓ ଯୁବବର୍ଗଙ୍କୁ ରଖି ଲୋଭନୀୟ ପ୍ରତିଶୁତି ଦେଇଛି । କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା । ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀରେ ସ୍କୁଟି ଦିଆଯିବ । ସେପଟେ ପ୍ରଶ୍ନପତ୍ର ଲିକ ମାମଲାର ଯାଂଚ ପାଇଁ ଏସଆଇଟି ଗଠନ କରାଯିବା ସହ ଗଢାଯିବ ଆଂଟି ରୋମିଓ ସ୍କ୍ୱାର୍ଡ । ଗରିବ ମହିଳାଙ୍କୁ ୪୫୦ଟଙ୍କା ଟଙ୍କାରେ ଗ୍ୟାସ ଯୋଗାଇଦେବା ସହ ୫ଲକ୍ଷ ଯୁବକଙ୍କୁ ଦିଆଯିବ ଭୋକେସନାଲ ଟ୍ରେନିଂ । ୫ବର୍ଷରେ ୨.୫ଲକ୍ଷ ନିଯୁକ୍ତି ଦେବ ଦଳ । ସଂକଳ୍ପ ପତ୍ର ଜାରି କାର୍ଯକ୍ରମରେ କଂଗ୍ରେସ ଉପରେ ଜୋରାଦାର ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅସହାୟ ପେନସନ ଯୋଜନାରେ କଂଗ୍ରେସ ୪୦୦କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ନଡ୍ଡା । ନଡ୍ଡା କହିଛନ୍ତି ଯେ ବିଗତ ୫ବର୍ଷ ହେବ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ଠକିଚାଲିଛି କଂଗ୍ରେସ ସରକାର । ଅଶୋକ ଗେହଲଟଙ୍କ ଭାଇ ସାର ଦୁର୍ନୀତିରେ ସମ୍ପୃକ୍ତ ଥିବା ବେଳେ ଚାଷୀଙ୍କୁ ଗେହଲଟ ସରକାର ନିର୍ଯାତନା ଦେଉଥିବା କହିଛନ୍ତି ନଡ୍ଡା ।